
ହିଞ୍ଜିଳିକାଟୁ ୧୨/୦୪ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଲଗ ଡାଉନ ଏବଂ ୧ଫଟାରୁ ସକାଳ ୭ପର୍ଯ୍ୟନ୍ତ ସଡ ଡାଉନ ଲାଗୁହୋଇଥିବା ବେଳେ ହିଞ୍ଜିଳି ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ସାମାଜିକ ଦୂରତ୍ବ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କରୋନା ସଚେତନତା କାର୍ଯ୍ୟକ୍ରମ ଖୁବ୍ ତତ୍ପରତା ସହିତ ପରିଚାଳିତ ହୋଉଥିବା ପରିଲକ୍ଷିତ ହୋଇଛି। ଟାଣଖରାକୁ ବେଖାତିର୍ କରି ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ପ୍ଲାଟୁନ ପ୍ଲାଟୁନ ପୋଲିସ ଛାଉଣୀ ସହ ହିଞ୍ଜିଳି ଥାନା ଅଧିକାରୀ ସମେତ ଏସ ଡି ପି ଓ ପ୍ରମୁଖ ଉପସ୍ଥିତ ରହି କରୋନା ବିରୋଧରେ ଲଢ଼େଇ ଜାରିରଖିବା ଏକ ମହତ କାର୍ଯ୍ୟ ବୋଲି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡିଛି।
ରିପୋର୍ଟ ରତ୍ନାକର ଶିଅ


