
ବାଲିଗୁଡା, ୧୨/୦୪ (ଜିଲ୍ଲା ଖବର) : ସାରା ବିଶ୍ୱ କରୋନା ମହାମାରୀ ପ୍ରଭାବରେ । ଏହାକୁ ଆଖି ଆଗର ରଖି ଭାରତ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି |ଏହି ନିୟମକୁ କଡାକଡି ଭାବେ ଲାଗୁ କରିବାକୁ ପ୍ରସାଶନିକ ଅଧିକାରୀ ମାନଙ୍କୁ ନିଦେର୍ଶ ଜାରି କରାଯାଇଛି |କରୋନା ମହାମାରୀ ଯୋଗୁ ସବୁ ପର୍ବ ପର୍ବାଣି ପ୍ରାୟତଃ ଫିକା ପଡିଯାଇଥିବା ବେଳେ ସ୍ଥାନୀୟ ଅଂଚଳର ଏକ ଲୋକପ୍ରିୟ ପାରମ୍ପରିକ ଯାତ୍ରା ହେଉଛି ଦଣ୍ଡଯାତ୍ରା। ଏହା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରଶାସନିକ କଟକଣା ପାଇଁ ଦଣ୍ଡନାଚ ପରିବେଷଣ କରିବାକୁ ଅନୁମତି ମିଳିପାରିନଥିଲା। ଆଜି ତା. ୧୨/୦୪/୨୦ ଦଣ୍ଡନାଚର ଶେଷ ଦିନ ଓ ମା କାଳୀଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ଏହାକୁ ଆଖି ଆଗରେ ରଖି ମା କାଳୀଙ୍କ ଭକ୍ତ, ଉପାଶିଆ, ଭୁକ୍ତା ଏବଂ ମାନସିକଧାରୀ ମାନେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଥିଲେ ଓ ଭକ୍ତ ମାନଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା I ଫଳରେ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ପହଁଚି ଲୋକମାନଙ୍କୁ ଘଉଡାଇଥିଲେ I ମନ୍ଦିର ପରିସରକୁ ଖାଲିକରିଦେଇ ପ୍ରବେଶ ପଥକୁ ତାଲା ପକାଇଦେଇଥିଲେ ଏବଂ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା ଯାହା ଫଳରେ ମନ୍ଦିର ଜନଶୂନ୍ୟ ହୋଇଯାଇଥିଲା I ତଥାପି କିଛି ଭକ୍ତ ମାନେ ଭୋଗ ରାଗ ଧରି ସିଂହ ଦୁଆର ବାହାରେ ନଡ଼ିଆ ଭାଙ୍ଗି ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି I ମନ୍ଦିରର ପୂଜକଙ୍କୁ ଥାନାରେ ଅଟକ ରଖାଯାଇଥିବା ବିଶ୍ୱସ୍ତଙ୍କ ସୂତ୍ରରୁ ପ୍ରକାଶ I
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


