Wednesday, November 11, 2026
Home ଆଞ୍ଚଳିକ ପୂର୍ତ୍ତ ଏସ୍ଇ ବିନୋଦ ପାଢିଙ୍କୁ ଜାମିନ ” ସମ୍ପତ୍ତି ଆୟ ବହିର୍ଭୁତ ନୁହେଁ ”

ପୂର୍ତ୍ତ ଏସ୍ଇ ବିନୋଦ ପାଢିଙ୍କୁ ଜାମିନ ” ସମ୍ପତ୍ତି ଆୟ ବହିର୍ଭୁତ ନୁହେଁ ”

109

ବ୍ରହ୍ମପୁର,୧୧/୦୪ (ଜିଲ୍ଲା ଖବର) : ବ୍ରହ୍ମପୁର ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢିଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିବା ପରେ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଛଡାଯାଇଛି । ବେଲ୍ ପିଟିସନ୍ ନମ୍ବର ବିଏଲ୍ଏଜି୨୩୨୨/୧୩.୦୩.୨୦୨୦ରେ ସେ ଦର୍ଶାଇଛନ୍ତି ଯେ,ଭିଜିଲାନ୍ସ ସମ୍ପତ୍ତି ଆକଳନ କରିଛି କିନ୍ତୁ ଠିକ୍ ଭାବେ ତାଙ୍କ ଆୟକୁ ହିସାବ କରିନାହିଁ ଏବଂ ଆୟବର୍ହିଭୂତ ସମ୍ପତ୍ତି ଦେଖାଇଛି। ଯନ୍ତ୍ରୀ ପାଢି ପିଟିସନରେ ଦର୍ଶାଇଥିଲେ ଯେ, ଗଞ୍ଜାମ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ, ଭୁବନେଶ୍ଵରରେ ତାଙ୍କ ସ୍ତ୍ରୀ ଓ ତାଙ୍କ ନାମରେ ଥିବା କୋଠା ଓ ଦୋକାନ ଘରର ଭଡ଼ା ବାବଦରେ ବାର୍ଷିକ ୧୩ ଲକ୍ଷ ୪୨ହଜାର ରୋଜଗାର ହୁଏ । ଦୀର୍ଘ ୨୪ବର୍ଷ ମଧ୍ୟରେ ୨କୋଟି ଟଙ୍କା ଭଡା ଆଦାୟ କରିଛନ୍ତି । ଭିଜିଲାନ୍ସ ବିଭାଗ ମାତ୍ର ୨୦ଲକ୍ଷ ପୈତୃକ ଜମିରୁ ୨୪ବର୍ଷରେ ୫୦ଲକ୍ଷ ଟଙ୍କା ରୋଜଗାର ହୋଇଥିବା ବେଳେ ଭିଜିଲାନ୍ସ ମାତ୍ର ୫ଲକ୍ଷ ଟଙ୍କା ହିସାବ ଦେଖାଇଛି, ତାଙ୍କ ଦରମା ୨୪ବର୍ଷରେ ୧.୫୦କୋଟି ଟଙ୍କା ହୋଇଥିବା ବେଳେ ମାତ୍ର ୯୦ଲକ୍ଷ ଟଙ୍କା ହିସାବ ଦେଖାଇଛି ଭିଜିଲାନ୍ସ। ଯନ୍ତ୍ରୀ ପାଢିଙ୍କ ପୁଅ ୨୦୧୪ରୁ ଚାକିରୀ କରୁଥିବା ଭିଜିଲାନ୍ସ ଦର୍ଶାଇଛି । ତାଙ୍କ ପୁଅଙ୍କ ନାମରେ ବ୍ୟାଙ୍କରେ ଥିବା ଜମାକୁ ସମ୍ପତ୍ତି ତାଲିକାରେ ନିଆଯାଇଛି । କିନ୍ତୁ ତାଙ୍କ ପୁଅ ୫ବର୍ଷରେ ୩କୋଟି ଟଙ୍କା ଦରମା ପାଇଛନ୍ତି ତାହାର ହିସାବ କରାଯାଇ ନାହିଁ ବୋଲି ସେ ପିଟିସନରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଯନ୍ତ୍ରୀଙ୍କ ପାଢିଙ୍କ ନାମରେ ୨କୋଟି ଟଙ୍କାର ଲୋନ୍ ରହିଥିବା ବେଳେ ତାହା ମଧ୍ୟ ହିସାବକୁ ନିଆଯାଇନଥିଲା ବୋଲି ସେ ଦର୍ଶାଇଛନ୍ତି । ଏହି ଗିରଫ ଉଦ୍ଦେଶ୍ୟମୂଳକ ଥିଲା ଏବଂ ତାଙ୍କର ଆୟକୁ ହିସାବକୁ ନିଆଯାଇନଥିଲା ବୋଲି ଅଭିଯୋଗ ଆଣିଛନ୍ତି ଯନ୍ତ୍ରୀ ପାଢି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ୍ ମଞ୍ଜୁର ହେବା ପରେ ମାର୍ଚ୍ଚ ୧୩ ତାରିଖରେ ଆଇନଜୀବୀ ଦୟାନନ୍ଦ ମହାପାତ୍ରଙ୍କ ଜରିଆରେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ ।