
ବାଲିଗୁଡା, ୧୧/୦୪ (ଜିଲ୍ଲା ଖବର) : କରୋନା ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଏହାର ପ୍ରଭାବ ରେ ବାଲିଗୁଡା ଠାରେ ସକାଳୁ ଦିନ ୧୧ ଘଂଟିକା ପର୍ଯ୍ୟନ୍ତ ଗ୍ରସେରି ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା ଦେଖି ବାକୁ ମିଳୁଛି,ଏହା ଭିତରେ ପନି ପରିବାର ଦରଦାମ ଟିକିଏ ବୃଦ୍ଧି ପାଇଛି,ଚାଷୀ ମାନେ ଲକ ଡାଉନ କୁ ଆଖି ଆଗରେ ରଖି ଭୟରେ ପନିପରିବା ବିକ୍ରି କରିବା ପାଇଁ ବାଲିଗୁଡା ମାର୍କେଟ ଆଶୀ ପାରୁନା ହାନ୍ତି,ପ୍ରଶାସନ ବିଚାର କରି ଗ୍ରାମାଞ୍ଚଳ ରୁ ଆସୁଥିବା ଚାଷୀ ଓ ପରିବା ବିକାଳୀ କୁ ଚି଼ହ୍ନଟ କରି ପାସ ର ସୁବିଧା କଲେ ଚାଷୀ ମାନେ ପରିବା ବିକ୍ରି କରି ଉପକୃତ ହୋଇ ପାରିବେ |
(ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ)




