
ବୈପାରିଗୁଡ଼ା ୧୦/୦୪ ( ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳ ତଥା ଆଖପାଖ ଅଞ୍ଚଳରେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚାରେ ଆସିଛନ୍ତି ଜୟପୁରର ନିବାସୀ ମୀନା ଦାସ ।ଏବେ ସାରା ଦେଶରେ ଲକ ଡାଉନ ହୋଇଥିବା ବେଳେ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଏବଂ ପ୍ରଶାସନ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗେଇ ଦିଆଯାଉଛି ।ଏହାକୁ ଆଖି ଆଗରେ ରଖି ଜୟପୁରର ବେଶ ପରିଚିତ ସମାଜସେବୀ ମୀନା ଦାସ କିଛି ଖାଦ୍ୟ ସାମଗ୍ରୀ ଧରି ଅସହାୟ ଗରିବ ଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ।ମୀନା ଦାସ ଅସହାୟ ଗରିବଙ୍କ ପାଇଁ କିଛି ବ୍ରେଡ଼ ଏବଂ କଦଳୀ ଆଣି ବୈପାରିଗୁଡ଼ା ସ୍ଥିତ ସ୍ଥାନୀୟ ମହାବୀର ଗ୍ରୁପକୁ ହସ୍ତାନ୍ତର କରିଥିଲେ ।ଏହି ବ୍ରେଡ଼ ଏବଂ କଦଳୀ କୁ ଅସହାୟ ଲୋକଙ୍କୁ ବଣ୍ଟନ କରିବାରେ ମହାବୀର ଗ୍ରୁପ ସହଯୋଗ କରିଥିଲେ ଏବଂ ଏହା ସହିତ ସମାଜସେବୀ ମୀନା ଦାସଙ୍କୁ ବି ମହାବୀର ଗ୍ରୁପର ସଦସ୍ୟ ମାନେ ସାଧୁବାଦ ଜଣାଇଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



