
ରାୟଗଡ଼/ ମୂନୀଗୁଡା ୧୦/୦୪ (ଜିଲ୍ଲା ଖବର) : ମୁନିଗୁଡା ଅଞ୍ଚଳରେ କରୋନା ଭାଇରସ୍ କବଳରୁ ଲୋକମାନଙ୍କୁ ସାମାଜିକ ଦୂରତା ଓ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ବାରମ୍ବାର ସଚେତନତା ଦେଉଥିଲେ ମଧ୍ୟ ଲୋକେ ହୋଉଛନ୍ତି ଅମାନିଆ । ଏହା ଦେଖିବାକୁ ମିଳିଥିଲା ମୁନିଗୁଡା ବ୍ଲକ ମୁନିଖୋଲ ରେଥିବା ଜନସେବା କେନ୍ଦ୍ର କିସ୍କୋ ବ୍ୟାଙ୍କ ରେ ।ବିଭିନ୍ନ ଯୋଜନା ର ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତା କୁ ଆସିଥିବାରୁ ଲୋକମାନେ ସାମାଜିକ ଦୂରତା ନ ରଖିଥିବା ଦେଖିବାକୁ ମିଳିଛି।ଯାହାରି ଫଳରେ ବିଡ଼ିଓ ଶ୍ରୀ ଦିଲ୍ଲୀପ ବେହେରା,ମାଜିଷ୍ଟ୍ରେଟ ଦାଇତ୍ଵ ରେ ଥିବା ସ୍ଥାନୀୟ ତହସିଲଦାର ଶ୍ରୀ ଡ଼ଃ ଦେବାଶିଷ ଗୌଡ଼ ଓ ସହକର୍ମୀଙ୍କ ସହ ଉକ୍ତ ସ୍ଥାନରେ ପହଂଚି ଲୋକମାନଙ୍କୁ ଭୟଭୀତ କରୋନା ଭୁତାଣୁ ଉପରେ ସଚେତନତା କରାଇ ସାମାଜିକ ଦୂରତା ଓ ସୁରକ୍ଷିତ ଭାବରେ ରହିବା ପାଇଁ ବୁଝାଇଥିଲେ ।ଘରୁ ନ ବାହାରିବା, ଲକଡାଉନ୍ କୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା, ବାଇକ୍ ନେଇ ବାହାରକୁ ନ ବାହାରିବା,ମାସ୍କ ବ୍ୟବହାର କରିବା,ସାମାଜିକ ଦୁରତ୍ୱ ବଜାୟ ରଖିବା, ମାସ୍କ ନତୁବା ରୁମାଲ କିମ୍ଭା ଚାଦର ମୁହଁ ରେ ବାନ୍ଧିବା ବୋଲି ସଚେତନତା କରାଇଥିଲେ।
ରିପୋର୍ଟ ସନାତନ ନାୟକ


