Home ଆଞ୍ଚଳିକ ମାକ୍ସ ନିଜେ ତିଆରି କରି ବାଣ୍ଟିଲେ, ସଚେତନତା ବାର୍ତ୍ତା ଦେଲେ ସ୍ବେଚ୍ଛାସେବୀ ନଟବର ଏବଂ କେଶବ

ମାକ୍ସ ନିଜେ ତିଆରି କରି ବାଣ୍ଟିଲେ, ସଚେତନତା ବାର୍ତ୍ତା ଦେଲେ ସ୍ବେଚ୍ଛାସେବୀ ନଟବର ଏବଂ କେଶବ

88

ବୈପାରିଗୁଡ଼ା ୧୦/୦୪ (ଜିଲ୍ଲା ଖବର) : ଦେଶରେ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।ଲକଡାଉନ ଯୋଗୁ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ମୁହଁରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି ।ମାସ୍କର ଚାହିଦାକୁ ଆଖିଆଗରେ ରଖି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୈପାରିଗୁଡ଼ା ସହରର ଦୁଇ ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକ ଏବଂ କେଶବ ଖିଲ ନିଜସ୍ବ ଉଦ୍ୟମରେ ସାରା ରାତି ମାସ୍କ ତିଆରି କରିବାରେ ଲାଗିପଡିଛନ୍ତି ଏବଂ ସକାଳ ହେବାମାତ୍ରେକେ ବ୍ଲକରେ ଥିବା ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରାଇବା ସହ ସମସ୍ତଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିଥାନ୍ତି ।ସେମାନେ ଗାଁ ଗାଁରେ ସଚେତନତା ସହ ହାତଧୋଇ ଗାଁ ମଧ୍ୟକୁ ପଶିବାକୁ ଅନୁରୋଧ କରୁଛନ୍ତି ।ଆଜିକୁ ପାଖାପାଖି ୧୦ହଜାର ରୁ ଉର୍ଦ୍ଧ୍ବ ମାସ୍କ ବାଣ୍ଟିସାରିଥିବା ପ୍ରକାଶ କରିଛନ୍ତି ।ଆଗକୁ ଆଖପାଖ ଗାଁରେ ମଧ୍ୟ ମାସ୍କ ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକ ଏବଂ କେଶବ ଖିଲ ।ଏହି ଦୁଇ ଜଣ ସ୍ବେଚ୍ଛାସେବୀଙ୍କ ମହାନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।