
ବାଲିଗୁଡା,୧୦/୪ (ସୁକାନ୍ତ କୁମାର ତ୍ରିପାଠୀ) ; କନ୍ଧମାଳରେ କରୋନା ସଚେତନତା ପାଇଁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏବଂ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ପ୍ରଶାନ୍ତ କୁମାର ବେହେରା କରୋନା ମୁକାବିଲା ଏବଂ ସଚେତନତା ପାଇଁ ଗୋଟିଏ ସୁନ୍ଦର ଗୀତ ପ୍ରସ୍ତୁତ କରିଥିଲେ I ଏହି ଗୀତକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୀତ ରଚନା କରିଥିବା ବେଳେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିଜେ କଣ୍ଠ ଦାନ କରି ଥିଲେ |
ବାଲିଗୁଡା ପୋଲିସ ପକ୍ଷରୁ ଏହା ଏକ ନିଆରା ପ୍ରୟାସ,ଏହି ଗୀତ ଶୁଣିବା ପରେ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ବାଲିଗୁଡା ଏବଂ ଏହାର ଆଖ ପାଖ ଅଂଚଳରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଅଛି ଏବଂ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିଜେ ମଧ୍ୟ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରିବା ସମୟରେ ନିଜେ ମଧ୍ୟ ଏହି ଗୀତ ଗାଇବାର ଦେଖିବାକୁ ମିଳୁଛି l ଏହି ଗୀତକୁ ସମସ୍ତ ଜନସାଧାରଣ ପ୍ରଶଂସା କରୁଛନ୍ତି ଯାହାକି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l



