
ବାଲିଗୁଡା ; ଓଁ ଶ୍ରୀ ସାଇରାମ, ସାଇ ପରିବାରର ସମସ୍ତ ଭାଇ ଭଉଣୀଙ୍କୁ ମୋର ସପ୍ରେମ ସାଇରାମ । ଆମେ ସମସ୍ତେ ମହାମାରୀ କରୋନାର ଆକ୍ରମଣ ଜନିତ ଏକ ଅତ୍ୟନ୍ତ ଅନିଶ୍ଚିତ ଅସୁବିଧା ପୂର୍ଣ୍ଣ ସମୟ ଦେଇ ଗତି କରୁଛୁ । ଏଭଳି ସ୍ଥିତିରେ ଆମେ ସମସ୍ତେ ଭଗବାନ ବାବାଙ୍କ ଦ୍ଵାରା ଆଶ୍ୱସ୍ତ ପ୍ରାପ୍ତ, ଯିଏ ଆମକୁ ସଦା ସର୍ବଦା କହି ଆସୁଛନ୍ତି “ମୁଁ ଥାଉ ଥାଉ ଭୟ କାହିଁକି ?” ତେଣୁ ମୁଁ ନିଶ୍ଚିତ ଯେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ପ୍ରତିଜ୍ଞା ବଦ୍ଧ ହୋଇ ତାଙ୍କୁ ଅନ୍ତରଭରା ପ୍ରାର୍ଥନା କରିବା ଯିଏ କେବଳ ନିଜେ ହିଁ ଆମକୁ ରକ୍ଷା କରି ପାରିବ ରବିବାର ଦିନ ଠାରୁ ଆରାଧନା ଦିବସ ପର୍ଯ୍ୟନ୍ତ ସମଗ୍ର ଦେଶର ସାଇ ଆଶ୍ରିତ ଭାଇ ଭଉଣୀ ମାନେ ଏକାଠି ସପରିବାର ରାତି ୯.୦୦ରୁ ୯.୧୫ ପର୍ଯ୍ୟନ୍ତ ” ଶ୍ରୀ ସତ୍ୟସାଇ ଗାୟତ୍ରୀ ମନ୍ତ୍ର” ଉଚ୍ଚାରଣ କରିବେ । ଏହି ସମୂହ ମନ୍ତ୍ର ଉଚ୍ଚାରଣ ଆମକୁ କେବଳ ଯେ ଆମ ଅନ୍ତର୍ନିହିତ ଦିବ୍ୟ ଶକ୍ତି ସହ ସଂଯୁକ୍ତ କରିବ ତାହା ନୁହଁ, ଏହା ପରିବେଶ ଉପରେ ମଧ୍ୟ ଖୁବ ସୁପ୍ରଭାବ ପକେଇବ । ସାଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବରୁ ଆମେ ତିନି ଥର ଓଁ କାରମ କରିବା ଏବଂ ସମୂହ ସାଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା “ସମସ୍ତ ଲୋକା ସୁଖୀନୋ ଭବନ୍ତୁ” ସହ ସମାପ୍ତ କରିବା । ଏହି ସାମୂହିକ ମନ୍ତ୍ର ଉଚ୍ଚାରଣ କେବଳ ନିଜସ୍ୱ ମୁକ୍ତି ପାଇଁ ନୁହଁ ,ଏହା ସମଗ୍ର ମାନବ ଜାତି ପାଇଁ ଏକ ଅନୁପମ ସେବା ସାଧନା ।
ଭଗବାନଙ୍କ ପ୍ରତି ଥିବା ଆମର ଅଖଣ୍ଡ ବିଶ୍ୱାସ ହେତୁ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ନିୟମ ଓ ସାମାଜିକ ଶୃଙ୍ଖଳାକୁ ଆମେ ପାଳନ କରିବା ।
ଭଗବାନ ସମସ୍ତଙ୍କୁ ନିରାପଦ ଓ ସୁଖୀ ରଖନ୍ତୁ
ଶ୍ରୀ ନିମିଶ ପାଣ୍ଡିଆ
ଅଖିଳ ଭାରତୀୟ ସଭାପତି
ଶ୍ରୀ ସତ୍ୟସାଇ ସେବା ସଂଗଠନ, ଭାରତ



