

କୁକୁଡାଖଣ୍ଡି, ୯/୪ (ରଞ୍ଜନ) : ଗଞ୍ଜାମ ଜିଲ୍ଲାରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ ଥିବାବେଳେ ଗ୍ରାମାଞ୍ଚଳରେ ମାସ୍କର ଦୃଷ୍ଟିରୁ ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ ନିଜସ୍ୱ ଉଦ୍ୟମରେ ମହୁଡା ଗ୍ରାମର ଆହାର କେନ୍ଦ୍ର ରୋଷେଇ କରୁଥିବା ମା, ମାଉସୀ ଓ କିଛି ଗରିବ ଲୋକଙ୍କୁ ମାଗଣାରେ ମାସ୍କ ପ୍ରଦାନ କରିଥିଲେ I
ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କିରଣ କୁମାରୀ ପଟ୍ଟନାୟକ ଓ ଆଶା, ଅଙ୍ଗନବାଡ଼ି କର୍ମୀ ମାନେ ମାସ୍କ ବ୍ୟବହାର ଉପରେ ସଚେତନ କାର୍ୟ୍ୟକ୍ରମ କରିଥିଲେ I ପଯ୍ୟାୟ କ୍ରମେ, ୫୦୦ରୁ ଅଧିକ ମାସ୍କ ଲୋକଙ୍କୁ ମାଗଣାରେ ବଣ୍ଟନ କରିବା ପାଇଁ ଯୋଜନା ଥିବା ସାଧାରଣ ସମ୍ପାଦକ ପ୍ରଧାନ ପ୍ରକାଶ କରିଛନ୍ତି I ତାଙ୍କର ଏହି କାର୍ୟ୍ୟକଳାପକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ I





