Wednesday, November 11, 2026
Home ଆଞ୍ଚଳିକ ମାକ୍ସ ପିନ୍ଧିନଥିବାରୁ ବ୍ୟବସାୟୀଙ୍କୁ ଜରିମାନା

ମାକ୍ସ ପିନ୍ଧିନଥିବାରୁ ବ୍ୟବସାୟୀଙ୍କୁ ଜରିମାନା

33
IC: Medical Expo E Magazine

ବୁଗୁଡା ୯/୪ (ଜିଲ୍ଲା ଖବର) : ବୁଗୁଡା ସହରରେ ଜଣେ ବ୍ୟବସାୟୀ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବା ଯୋଗୁଁ ଏକ ହଜାର ଟଙ୍କା ଜରିମାନା ଦେଇଥିବା ଜଣାପଡ଼ିଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ବଜାର ପରିଦର୍ଶନ ବେଳେ ଜଣେ ବ୍ୟବସାୟୀ ଜନସାଧାରଣଙ୍କୁ ଜିନିଷ ବିକ୍ରି କରିବା ସମୟରେ ବ୍ୟବସାୟୀ ଜଣଙ୍କ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବା ଦେଖିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ନମାନି ଆଇନ ଭଙ୍ଗ କାରଣ ଯୋଗୁଁ ଏନଏସି ଇଓ ଶ୍ରୀ ଦାଶ ବ୍ୟବସାୟୀଙ୍କୁ ୧୦୦୦ ଟଙ୍କା ଜରିମାନା ପକାଇ ଦଣ୍ଡିତ କରିଥିଲେ।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା