ମଧୁବୈଶ୍ୟ ସମାଜ ଆସିକା ଖାଲାସା ତାଲୁକାର ୪୫ ତମ ବାର୍ଷିକ ଉତ୍ସବ

104

ଆସିକା, (ଜିଲ୍ଲା ଖବର) : ମା ଖମ୍ବେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ମଧୁବୈଶ୍ୟ ସମାଜ ଆସିକା ଖାଲାସା ତାଲୁକାର ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ସଭାପତି ପଦ୍ମଚରଣ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପଚାଂନନ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ସାହୁ, ଉପଦେଷ୍ଟା ଆଇନଜୀବୀ ବ୍ରଜବନ୍ଧୁ ସାସମଲ, ଅନ୍ୟତମ ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

କୁଳ ଦେବତା ଅଗ୍ରଦେବତା ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସଭାପତି ପଦ୍ମଚରଣ ସାହୁଙ୍କ ଦ୍ୱାରା କୁଳ ପ୍ରଦିପ ପ୍ରଜ୍ଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । କର୍ମକର୍ତା ମାନଙ୍କୁ ସମାଜ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଉପଦେଷ୍ଟା ବ୍ରଜବନ୍ଧୁ ସାସମଲ କର୍ମକର୍ତା ମାନଙ୍କ ପରିଚୟ ପ୍ରଦାନ ସହ ୪୫ ତମ ବାର୍ଷିକ ଉତ୍ସବର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ମନୋରଞ୍ଜନ ସାହୁ ବାର୍ଷିକ ବିବରଣି ପାଠ କରିଥିଲେ । କୋଷାଧ୍ୟକ୍ଷ ଗୋବିନ୍ଦ ସାହୁ ବାର୍ଷିକ ହିସାବ ପ୍ରଦାନ କରିଥିଲେ ।

ଏହି ବୈଠକରେ ବାର୍ଷିକ ଚାନ୍ଦା, ବାର୍ଷିକ ବୈଠକରେ ନିଶ୍ଚିତ ଭାବେ ଯୋଗ ଦେବା, ସାଂଗଠନିକ ଆଲୋଚନା, ଆସନ୍ତା ବର୍ଷ କୁଳ ଆରାଧ୍ୟ ଦେବତାଙ୍କ ସୁସଜ୍ଜିତ ଗଣେଶ ପୂଜା, ସୁସଜ୍ଜିତ ସାଙ୍ଗକୁ ଏହି ମଣ୍ଡପ ଠାରେ ନିଜ କୈାଣସି ବୃତିରେ ବିଭିନ୍ନ ସୁସ୍ୱାଦିଷ୍ଟ ମିଠା ପ୍ରଦର୍ଶନୀ କରି ଗୋଟିଏ ସ୍ଥାନରେ ବିକ୍ରି କରିବା, ବଜାର ସାହିରେ ସ୍ୱର୍ଗତ ବିଜୟ ପଣ୍ଡା କୁଳ ଦେବତା ଶ୍ରୀ ଗଣେଶ ମନ୍ଦିର ପାଇଁ ଜମିଦାନ କରିବା ପ୍ରସ୍ତାବ ଓ ଉକ୍ତ ସ୍ଥାନରେ ବାସ୍ତୁଶାସ୍ତ୍ର ଡାକି ମନ୍ଦିର ନିର୍ମାଣ କରିବା, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଡାକି ସମ୍ଭର୍ଦ୍ଧିତ କରିବା, ଜାତିର ବର୍ଷିୟାନ କୁଳ ବୃଦ୍ଧ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ କୁଳର ବ୍ୟକ୍ତି, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଷ୍ଠିତ ବ୍ୟକ୍ତି, ପ୍ରତିଭାବାନ ଛାତ୍ରଛାତ୍ରୀ, ଗରିବ ମେଧାବୀ ଛାତ୍ରଛାତ୍ରୀ କୁଳ ପକ୍ଷରୁ ପୁରସ୍କାର ପ୍ରଦାନ ସହ ଜାତିର ଅସହାୟ ବୃଦ୍ଧ, ବିଧବା ସାଙ୍ଗକୁ କୈାଳିକ ସମାଜ ରିତିରେ ନିର୍ବନ୍ଧ, ବାହାଘର, ଶୁଦ୍ଧିକ୍ରିୟାରେ ପରମ୍ପାର ଅନୁସରଣ କରି କାର୍ଯ୍ୟ କରିବା, ସମସ୍ତ କର୍ମକର୍ତା ସମ୍ପୂର୍ଣ୍ଣ ସହ ଯୋଗ କରିବା ପାଇଁ ଆହ୍ୱାନ କରାଯାଇଥିଲା ।