ମଧ୍ୟପ୍ରଦେଶ ରୁ କଳାହାଣ୍ଡିକୁ ଆସିଥିବା ଶ୍ରମିକ , ଲକ ଡାଉନ୍ ରେ ଫଶୀରହିଥିବା ଲୋକଙ୍କୁ ସାହାଯ୍ୟ କଲେ ଗଣମାଧ୍ୟମ

104

କଳାହାଣ୍ଡି ୦୮/୦୪ (ଜିଲ୍ଲା ଖବର) : ଓଡିଶାର ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶ ରୁ କାମଧନ୍ଦା ପାଇଁ କଳାହାଣ୍ଡି ଆସିଥିବା ବହୁ ଲୋକ ଏହି ଲକଡାଉନ ଯୋଗୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଳକ ଅନ୍ତର୍ଗତ ତୁଣ୍ଡଳା ଗ୍ରାମରେ ଫସି ରହିଛନ୍ତି । ତେବେ ଲକଡାଉନ ଯୋଗୁ ସେମାନଙ୍କ କାମଧନ୍ଦା ବନ୍ଦଥିବା ବେଲେ l ତାଙ୍କ ପାଖରେ ଏବେ ପଇସା ନଥିବା କହିଛନ୍ତି l ଯେଉଥି ପାଇଁ ସେମାନେ ଅନେକ ସମସ୍ୟା ଭୋଗୁଥିବା କହିଛନ୍ତି l ତେବେ ଏମାନେ ୩୬ ଜଣ ଲୋକ ନିଜ ରାଜ୍ୟ ମଧ୍ୟପ୍ରଦେଶ କୁ ଯାଇପାରୁ ନାହାଁନ୍ତି । ତେବେ ଏହି ଲକଡାଉନ ରେ ଫସିଯାଇଥିବା ଲୋକଙ୍କ ବିଷୟରେ କୌଣସି ସୂତ୍ରରୁ ଖବର ପାଇ ସାମ୍ବାଦିକ ଶ୍ରୀ ପଦ୍ମନାଭ ଦାସ ଓ ରୋହିତ କୁମାର ସାହୁ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଏକ କାଟୁନ ବିସ୍କୁଟ,ସାବୁନ ଓ ୧୦୦୦ ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ। ଏହା ସହ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସୁଚନା ଦେବା ସହ ଏନେଇ ସ୍ଥାନୀୟ ପଞ୍ଚାୟତ ଅପିସ ରେ ସେମାନଙ୍କ ବିଷୟରେ ସୁଚନା ଦେଇ ସେମାନଙ୍କୁ ପଞ୍ଚାୟତ ତରଫରୁ ସାହାଯ୍ୟ ପ୍ରଦାନ ରେ ସହଯୋଗ କରିଥିଲେ । ଏହା ସହ ଲକଡାଉନ ରେ ଫସିରହିଥିବା ସମସ୍ତ ଲୋକମାନଙ୍କୁ ନିକଟସ୍ଥ ଆଙ୍ଗନବାଡି କର୍ମୀ ଙ୍କ ସହାୟତାରେ ଲୋକେ ଯେଭଲି ସଠିକ ଭାବରେ ହାତ ଧୋଇବା ପ୍ରଣାଳୀ ନେଇ ଅବଗତ କରାଇଥିଲେ ।ଏଥି ସହିତ ସମସ୍ତ ଲୋକଙ୍କୁ କରୋନା ରୋଗରୁ ରକ୍ଷାପାଇବା ପାଇଁ କିଭଲି ଭାବରେ ସାମାଜିକ ଦୁରତା ପନ୍ଥା ଅବଲମ୍ବନ କରିବେ ସେନେଇ ସଚେତନ ବାର୍ତ୍ତା ଦେଇଥିଲେ l
ରିପୋର୍ଟ ଦୂର୍ଯ୍ୟୋଧନ ସାହୁ