Wednesday, November 11, 2026
Home ଆଞ୍ଚଳିକ କରୋନା ପାଇଁ ୧୮ଶଯ୍ୟା ବିଶିଷ୍ଟ ଆଇସୋଲେସନ ଖୋଲିଲା ବଡ଼ଖଣ୍ଡି ଗ୍ରାମ ପଂଚାୟତରେ

କରୋନା ପାଇଁ ୧୮ଶଯ୍ୟା ବିଶିଷ୍ଟ ଆଇସୋଲେସନ ଖୋଲିଲା ବଡ଼ଖଣ୍ଡି ଗ୍ରାମ ପଂଚାୟତରେ

144

ହିଞ୍ଜିଳିକାଟୁ ୦୮/୦୪ ( ଜିଲ୍ଲା ଖବର) : ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡି ଗ୍ରାମପଞ୍ଚାୟତରେ ଦୁଇଟି ଜାଗାରେ ୧୮ ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି I କରୋନI ଯୋଗୁଁ ସମସ୍ତ ଲୋକ ଅସ୍ତବ୍ୟସ୍ତ ହେଉଥିବା ଗରିବ ଲୋକମାନଙ୍କୁ ମଧ୍ୟ ଖାଇବାପାଇଁ ବ୍ୟବସ୍ତା କରିଥିବା ଶୁଣିବାକୁ ମିଳିଛି I ଅବଶ୍ୟ ଏବେ ପର୍ଯ୍ୟନ୍ତ କୌଣସି ଲୋକ ଆଇସୋଲେସନ ରହିନଥିଲେ ମଧ୍ୟ ଭବିଷ୍ୟତରେ ରହିବେ ବୋଲି ଗ୍ରାମବାସୀ ମତ ରଖିଛନ୍ତି Iବଡ଼ଖଣ୍ଡି ଗ୍ରାମପଞ୍ଚାୟତର ସତ୍ୟ ଭାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୩ ଟି ଶଯ୍ୟା ବିଶିଷ୍ଟ ଆଇସୋଲେସନ ଥିବା ବେଳେ ବଡ଼ଖଣ୍ଡି ଗ୍ରାମର କଲ୍ୟାଣୀ ମଣ୍ଡପ ରେ ଆଉ ୫ ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି Iଏଥି ସହିତ ବିଜୁଳି , ପାଣି ଏବଂ ସୌଚାଳୟର ସମସ୍ତ ବ୍ୟବସ୍ତା ସରକାରଙ୍କ ତରଫରୁ ମିଳିବାର ସୂଚନା ମିଳିଛି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା