
ବାଲିଗୁଡା, (କନ୍ଧମାଳ) ୮/୪ (ସୁକାନ୍ତ କୁମାର ତ୍ରିପାଠୀ ) : କନ୍ଧମାଳ ଫ୍ରେସ ତରଫରୁ ବାଲିଗୁଡା ଠାରେ ଗୋଟିଏ ନୂତନ ପଦକ୍ଷପପ ନେଇ ଉପ ଜିଲ୍ଲାପାଳଙ୍କ ଆନୁକୂଲ୍ୟରେ ଗାଡିର ଶୁଭାରମ୍ଭ କରାଯାଛି I ପ୍ରଶାସନିକ ଦୃଷ୍ଟିରୁ କରୋନା ପ୍ରଭାବରେ ଲୋକମାନେ ଲକଡାଉନ ସମୟରେ ଭୟଭିତ ହୋଇ ସଉଦା କିଣିବା ପାଇଁ ପଦାକୁ ଆସିପରୁନାହାନ୍ତି ଯାହାଫଳରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏଣୁ କନ୍ଧମାଳ ଫ୍ରେସ ତରଫରୁ ଗାଡି ବାହାରି ବାଲିଗୁଡାରେ ପ୍ରତ୍ୟେକ ଦିନ ସାହି ସାହି ବୁଲି ଲୋକଙ୍କୁ ବିଭିର୍ଣ୍ଣ ପ୍ରକାର ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଡାଲି, ତଟକା ପନିପରିବା, ତେଲ, ଲୁଣ ଓ ମସଲା ସର୍କ ଇତ୍ୟାଦି ସୁଲଭ ମୂଲ୍ୟରେ ଯୋଗାଇଵାର ବ୍ୟବସ୍ତା କରାଯାଇଛି I



