Home ଅପରାଧ କନ୍ଧମାଳ ପୋଲିସ ତରଫରୁ କରୋନା ସଚେତନତା

କନ୍ଧମାଳ ପୋଲିସ ତରଫରୁ କରୋନା ସଚେତନତା

86

ବାଲିଗୁଡା, (କନ୍ଧମାଳ) ୮/୪ (ସୁକାନ୍ତ କୁମାର ତ୍ରିପାଠୀ) ; କନ୍ଧମାଳ ପୋଲିସ ତରଫରୁ କରୋନା ସଚେତନତା ପାଇଁ ବିଭିର୍ଣ୍ଣ ପ୍ରକାର ପ୍ରୟାସ ଅବଲମ୍ବନ କରି ଲୋକଙ୍କୁ ସଚେନତ କରିବାରେ ଲାଗିଛନ୍ତି I ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ଓ ପୋଲିସ କର୍ମଚାରୀଙ୍କ ସହିତ ମିଶି କ. ନୂଆଗାଁ ବ୍ଲକ ନିକଟସ୍ଥ ଶୀର୍ତ୍ତିଗୁଡା,ଲେତିଙ୍ଗିଆ ଗ୍ରାମକୁ ଯାଇ ହାତ ସାବୁନରେ କିପରି ଧୋଇବ ତାହାର ସଚେତନତା ମାଧ୍ୟମରେ ଲୋକମାନଙ୍କୁ ଦେଖାଇଥିଲେ I

ପରସ୍ପର ମଧ୍ୟରେ କଥା ହଉଥିଲାବେଳେ ସାମାଜିକ ଦୂରତ୍ୱ କିପରି ବଜାୟ ରଖିବ ଘରୁ ବାହାରିଲା ବେଳେ ମୁହଁରେ ମାସ୍କ ବାନ୍ଧିବ, କାମ ନ ଥିଲେ ଘରୁ ପଦାକୁ ନବାହାରିବକ୍ଷ ପାଇଁ କରୋନା ସଚେତନତା ଗୀତ ମାଧ୍ୟମରେ ଓ କରୋନା ସଚେତନତା ପାଇଁ କେଉଁ, କେଉଁ ଉପାୟ ଅବଲମ୍ବନ କରାଯିବା ଉଚିତ ସୁନ୍ଦର ଭାବର ବୁଝାଇଥିଲେ I

ବାଲିଗୁଡାରେ ମଧ୍ୟ ପ୍ରଶାସନ ଦ୍ୱାରା ନିୟମ କଡାକଡିଭାବେ ଲାଗୁ କରାଯାଇଛି I ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଚଳାଚଳ ଉପାରେ ସମ୍ପୂର୍ଣ ନିଷେଧ କରା ଯାଚିଛି, ସକାଳେ ଲୋକଙ୍କୁ ଚାଲିଚାଲି ବଜାର ସଉଦା କରିବାକୁ ପଡୁଛି, ଦିନ ୧୧ ଟା ଠାରୁ ରାତ୍ର ପର୍ୟନ୍ତ ରାସ୍ତା ଘାଟ ଜନ ଶୂନ୍ୟ ହୋଇଯାଉଛି ଓ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟରେ ପୋଲିସ ସଜାଗ ରହିଥିବାର ଦୂର୍ଷ୍ୟ ଦେଖିବାକୁ ମିଳୁଛି, ତତ ସଙ୍ଗେ ସଙ୍ଗେ ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି I