
ରାୟଗଡା ୦୭/୦୪ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ଗ୍ରାମପଞ୍ଚାୟତ ରେ କୋଡିଏ ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି।ଏହି କେନ୍ଦ୍ର ରେ ସବୁ ପ୍ରକାର ର ବିଜୁଳି,ପାଣି,ଲାଟିନ ଓ 20 ଶଯ୍ୟା ର ବ୍ୟବସ୍ତା କରାଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର ପିଡ଼ିକାକା ପ୍ରକାଶ କରିଛନ୍ତି।ବିଷମକଟକ ବ୍ଲକ ର ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ କରୋନା ର ସଚେତନତା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାହୋଇଛିକି ନାହିଁ ଆଇସୋଲେସନ କେନ୍ଦ୍ର କୁ ତଦନ୍ତ କରିଥିଲେ ।ଗଂଜାମ ଜିଲ୍ଲା ଆସିକା ଅଂଚଳ ରୁ ଆସିଥିବା 6 ଜଣ ଲକ ଡାଉନ ସମୟରେ ଅସୁବିଧାରେ ଥିବା ହେତୁ ଏହି ଆଇସୋଲେସନ କେନ୍ଦ୍ରରେ ରଖାଯାଇ ପ୍ରଶାସନ ତରଫରୁ ସବୁପ୍ରକାର ବ୍ୟବସ୍ତା କରାଯାଉଛି ବୋଲି ପଦ୍ମଲୋଚନ ବିଭାର ପ୍ରକାଶ କରିଛନ୍ତି।ସରକାର ଙ୍କ ପକ୍ଷରୁ ପଞ୍ଚାୟତ ତରଫରୁ ନିରୀହ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ର ବ୍ୟବସ୍ତା କରାଯାଇଛି ବୋଲି ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ସରପଞ୍ଚ ନରେନ୍ଦ୍ର ପିଡ଼ିକାକା ଙ୍କ ନେତୃତ୍ୟୁ ରେ ପରିଚାଳନା ହେଉଥିବା ବେଳେ ପୂର୍ବତନ ସରପଞ୍ଚ ଡମ୍ବୁରୁ ଧର ପିଡ଼ିକାକା ,ପଦ୍ମଲୋଚନ ବିଭାର ,ଗ୍ରାମସେବକ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ସନାତନ ନାୟକ


