Wednesday, November 11, 2026
Home ଆଞ୍ଚଳିକ ବୁଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତି

ବୁଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତି

30

ବୁଗୁଡା ୭/୪ (ଜିଲ୍ଲା ଖବର) : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କରୋନା ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅଜଣା ବ୍ୟକ୍ତିଙ୍କୁ ରଖାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ବ୍ୟକ୍ତି ଜଣକ ନିଜର ନାମ ଓ ଠିକଣା କହିପାରୁନଥିବା ବେଳେ କରୋନାର କିଛି ଲକ୍ଷଣ ଦେଖି ସେହି ବ୍ୟକ୍ତି ଜଣଙ୍କୁ ମଙ୍ଗଳବାର ରାତ୍ର ସମୟରେ ଉଦ୍ଧାର କରି ସଙ୍ଗରୋଧ ଗୃହରେ ରଖାଯାଇ ଖାଦ୍ୟ,ପାନୀୟ ଜଳ ପ୍ରଭୃତି ଯୋଗାଇ ଦିଆଯାଇଛି। ଆସନ୍ତା କାଲି ସେହି ବ୍ୟକ୍ତି ଜଣଙ୍କର ଠିକଣା ଜାଣିବା ପରେ ସଠିକ ଭାବରେ ନାମ ପଞ୍ଜୀକୃତ କରାଯିବ ବୋଲି ଜଣାପଡିଛି।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା