
ହିଞ୍ଜିଳିକାଟୁ ୦୭/୦୪ ( ଜିଲ୍ଲା ଖବର ) : କରୋନI ଭୁତାଣୁ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଦେଇଥିବା ବେଳେ ନିଜାମଉଦ୍ଧିନ ଫେରନ୍ତା ସ୍ତିତିକୁ ଗମ୍ଭୀର କରିଦେଇଛି I ଏଥି ପାଇଁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ ଡାଉନ ଜାରି କରାଯାଇଛି I ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌରପାରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ କେତେକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନେଇଛନ୍ତି I ଲକ ଡାଉନ କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଛଡା ସମସ୍ତ ଦୋକାନ ବଜାର ବନ୍ଦରହୁଛି ଏବଂ ଏହି ସମୟରେ କରୋନା କୁ ନେଇ ଲୋକ ଭୟବିତ୍ତ ରହୁଥିବା ବେଳେ ହିଞ୍ଜିଳି ପୌରପରିଷଦ ତରଫରୁ ଅଞ୍ଚଳକୁ ସଫା ରଖିବା ପାଇଁ ପ୍ରାୟ ୫୦ ରୁ ଉର୍ଦ୍ଧ ସଫେଇ କାର୍ଯ୍ୟ ରେ ନିୟୋଜିତ ଥିବାର ଦେଖିବାକୁ ମିଳିଛି I ଏହା ସହିତ ସଫେଇ କର୍ମଚାରୀ ମାନେ ହିଞ୍ଜିଳି ଅଞ୍ଚଳରେ ବୁଲି ଜନସଚେତନା କରିଥିବାର ମଧ୍ୟ ଦେଖିବାକୁ ମିଳିଛି I ଏହା ଦ୍ୱାରା ହିଞ୍ଜିଳି ସହର ର ଲୋକ ମାନଙ୍କ ମୁହଁରୁ ସଫେଇ କର୍ମଚାରୀ ମାନଙ୍କ ପାଇଁ ପ୍ରଶଂସା ର ସୁଅ ଛୁଟୁଥିବାର ଜଣାପିଛି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା


