Wednesday, November 11, 2026
Home ଆଞ୍ଚଳିକ କରୋନା ଭାଇରସ୍‌ (କୋଭିଡ୍‌-୧୯) ମୁକାବିଲା ପାଇଁ ଦିନକୁ ଦିନ ଅଧିକ କଠୋର ହେବା ରେ...

କରୋନା ଭାଇରସ୍‌ (କୋଭିଡ୍‌-୧୯) ମୁକାବିଲା ପାଇଁ ଦିନକୁ ଦିନ ଅଧିକ କଠୋର ହେବା ରେ ଲାଗିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ

35

ହିଞ୍ଜିଳିକାଟୁ ୦୭/୦୪ ( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାରେ ଦିନ ୧୨ରୁ ପରଦିନ ସକାଳ ୭ ଟା ପର୍ଯ୍ୟନ୍ତ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ଅତିଆବଶ୍ୟକତା ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି। ମାସ୍କ ବ୍ୟବହାର କ୍ଷେତ୍ର ରେ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କ ଅବଲମ୍ବନ କରି କୌଣସି ବ୍ୟକ୍ତି ବିନା ମାସ୍କରେ ବାହାରେ ବୁଲିବା ଦେଖିଲେ ସେହି ମାନଙ୍କ ଠାରୁ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ହିଞ୍ଜିଳିକାଟୁ ଆର୍.ଏମ.ସି ଛକ ଓ ବିଭିନ୍ନ ସ୍ଥାନ ରୁ ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁରଙ୍କ ନେତୃତ୍ୱ ରେ ବିନା ମାସ୍କରେ ରେ ବଜାର କୁ ଆସିଥିବା ୧୦ଜଣ ବ୍ୟକ୍ତିଙ୍କ ଠାରୁ ୫,ହାଜର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୋରଂଜନ ସାହୁ ୨ଜଣଙ୍କ ଠାରୁ ୨ହଜାର ଜୋରିମାନା ଆଦାୟ ସହ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକଙ୍କୁ ବୁଝାଇ ଥିଲେ ।
ରିପୋର୍ଟ ରଜନୀ ପାତ୍ର