Wednesday, November 11, 2026
Home ଆଞ୍ଚଳିକ କରୋନା ସଂକ୍ରମଣ ପାଇଁ ଅଗ୍ନିଶ୍ରମ ବିଭାଗ ଦ୍ୱାରା ଚନ୍ଦ୍ରପୁର ର ବିଭିନ୍ନ ଅଞ୍ଚଳ ରେ ସଫେଇ...

କରୋନା ସଂକ୍ରମଣ ପାଇଁ ଅଗ୍ନିଶ୍ରମ ବିଭାଗ ଦ୍ୱାରା ଚନ୍ଦ୍ରପୁର ର ବିଭିନ୍ନ ଅଞ୍ଚଳ ରେ ସଫେଇ ଓ ବିଶୋଧନ

61

ରାୟଗଡ଼ା ୦୭/୦୪ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କରୁନା ସଂକ୍ରମଣ କୁ ନେଇ ସାରା ବିଶ୍ୱରେ ଭୟଭୀତ ଥିବାବେଳେ ଓଡିଶା ପ୍ରଶାସନ ତରଫ ରୁ ଅନେକ ପ୍ରତିଶୋଧନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ବିପତ୍ତି ସମୟ ରେ ଚନ୍ଦ୍ରପୁର ବ୍ଲକ ତହସିଲଦାର ଶ୍ରୀ ଫେଣ୍ଣିନାଣ୍ଡ ଏକା, ଚନ୍ଦ୍ରପୁର ବ୍ଲକ ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜଡୁଙ୍ଗଡୁଙ୍ଗ, ଥାନା ଆଇଆଇସି ଶ୍ରୀ ସୁନିଲ ଅରୁନ କୁମାର ନାୟକ ,ଅଗ୍ନିଶ୍ରମ ବିଭାଗର ଓ ଆଇ ସି ଶ୍ରୀ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଚନ୍ଦ୍ରପୁର ଅଞ୍ଚଳ କୁ ସଚେତନତା ର ବାର୍ତା ପ୍ରଦାନ କରିଛନ୍ତି । ସାନିଟେଜର କାମ ହାତକୁ ନେଇ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ସଫେଇ ଓ ବିଶୋଧନ କାର୍ଯ୍ୟ କରିବା ସହ ଘରଘର ବୁଲି ସ୍ୱଛତାରବାତ୍ତ୍ରା ପ୍ରଚାର କରିବା ,ଏକ ମିଟର ଦୁରତା ମଧ୍ୟରେ ରହିବା, ହାତ ସାବୁନ ରେ ଏକାଧିକ ଥର ଧୋଇବା ଓ ଥଣ୍ଡା, ଜ୍ଜରହେଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବା ନିମନ୍ତେ ବୁଝାଇ ଥିଲେ । ଚନ୍ଦ୍ରପୁର ମୁଖ୍ୟ ସହର, ଇନ୍ଦିରା ବାସ ସାହି,ଗଜରାଜସାହି ଓ ବିଭିନ୍ନ ସାହି ରେ ସାନିଟେଜର ସିଞ୍ଚନ କରିଥିଲେ।

ରିପୋର୍ଟ ସନାତନ ନାୟକ