
ବୈପାରିଗୁଡା, (ସରୋଜ କୁମାର ଲେଙ୍କା) : କୋରାପୁଟ ଜିଲ୍ଲାର ବୈପାରିଗୁଡା ସହରରେ ମହାବୀର ଗ୍ରୁପ ସଦସ୍ୟମାନଙ୍କ ଦ୍ୱାରା ବିଦ୍ୟାଦାତା ବିନାୟକଙ୍କ ଚତୁର୍ଥୀ ପୂଜା ଉତ୍ସାହ ଉଦିପନା ସହ ପାଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟା ୬ଟା ରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୭ଘଣ୍ଟା ସମୟରେ ପୂଜାକାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ମହାବୀର ଗ୍ରୁପର ସଭାପତି ଶିବଶଙ୍କର ଭୂପତିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ଦିନରେ କିପରି ବିନାୟକ ଚତୁର୍ଥୀ ଆହୁରି ସୁନ୍ଦର କରି ପାଳନ କରାଯିବ ତାହା ପ୍ରକାଶ କରିଥିଲେ । ସହରର ବହୁ ମହିଳା, ଶିଶୁ,ଛାତ୍ରଛାତ୍ରୀ ଏହି ମୂର୍ତ୍ତିକୁ ଦେଖିବାକୁ ଆସିଥିଲେ । ଆଲୋକ ସଜ୍ଜା ଡ଼ାକବାଜି ଯନ୍ତ୍ର ପରିବେଶକୁ ବହୁ ଆକର୍ଷଣୀୟ କରିଥିଲା ।
ପ୍ରତ୍ୟେକ ଦିନ ଆଳତୀ କରିବା ସହିତ ୧୧ଦିନ ପରେ ଠାକୁରଙ୍କୁ ବିସର୍ଜନ କରାଯିବ ବୋଲି ମହାବୀର ଗ୍ରୁପ ପକ୍ଷରୁ ସୂଚନା ମିଳିଛି । ମହାବୀର ଗ୍ରୁପର ସଭାପତି ଶିବଶଙ୍କର ଭୂପତି,ସାଗର ପରିଡ଼ା, ମିଥୁନ ପଟ୍ଟନାୟକ, ତୁଷାର ନାୟକ, ସାର୍ଥକ ଦାସ, ମାନସ ମହାନ୍ତି,ଏନ. ହରିପ୍ରସାଦ, ଏସ.ବି. ସନ୍ତୋଷ କୁମାର,ତନ୍ମୟ ସାହୁ, ଟିକି ପାଇକ, ଏମ. ତେଜେଶ୍ଵର, ଶ୍ରୀନୁ, ଝରିଆ ଖାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।



