Wednesday, November 11, 2026
Home ଆଞ୍ଚଳିକ ରାଳବ ଗ୍ରାମର ଯୁବକ ମାନଙ୍କ ଏକ ଛୋଟିଆ ପ୍ରୟାସ ଅନେକଙ୍କ ମୁହଁରେ ଫୁଟାଇବ ହସ

ରାଳବ ଗ୍ରାମର ଯୁବକ ମାନଙ୍କ ଏକ ଛୋଟିଆ ପ୍ରୟାସ ଅନେକଙ୍କ ମୁହଁରେ ଫୁଟାଇବ ହସ

260

ହିଞ୍ଜିଳିକାଟୁ ୦୭/୦୪ ( ଜିଲ୍ଲା ଖବର) : ସାରା ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାକୁ ଲାଗିଛି।ଏଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଲକ୍ ଡାଉନ୍ ଘୋଷଣା କରିବା ଫଳରେ ଦେଶର ଅନେକ ଗରିବ ଲୋକ ଗୁଡାକ ଖାଇବାକୁ ଗଣ୍ଡେ ପାଇ ପାରୁନାହାଁନ୍ତି। ଏଥି ସହ ଦେଶର ଅର୍ଥନୀତିକ ଅବସ୍ଥା ସଙ୍କଟପନ୍ନ ଦେଇ ଗତି କରୁଛି।ଏଣୁ ଏହାକୁ ମୁକାବିଲା କରିବା ପାଇଁ ରାଳବ ଗ୍ରାମର କିଛି ଯୁବକ ଦ୍ରିଘ୍ ୩ଦିନ ଧରି ଘରକୁ ଘର ବୁଲି ୧ଟଙ୍କାରୁ ଆରମ୍ଭ କରି ଯିଏ ଯାହା ଦେଲା ତାହା ସଂଗ୍ରହ କରି ସର୍ବ ମୋଟ ୧୩୦୦୦ ଟଙ୍କା ଆଦାୟ କରି ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାତ୍ରଙ୍କ ଜରିଆରେ ମୁଖ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।ଏହି ପରି କାର୍ଯ୍ୟକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏବଂ ଗ୍ରାମ ବାସୀଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି।ଏହାକୁ ନୀଳ ଭଉଳ,ଦୀପକ କୁମାର ପରିଡ଼ା,ଚନ୍ଦନ ଦଳାଇ,କାହ୍ନା ଖୁଣ୍ଟିଆ ଓ ବସନ୍ତ ପରିଡ଼ା ଏହାକୁ ପରିଚାଳନା କରିଥିବା ବେଳେ କିଛି ଯୁବକ ମଧ୍ୟ ଏଥିରେ ସହଯୋଗ କରିଥିଲେ। ଏଥି ସହ ସେମାନେ ପଡେ଼ାଶୀ ଗ୍ରାମ ଗୁଡ଼ିକୁ ମଧ୍ୟ ଏହି ପରି ଛୋଟିଆ ପ୍ରୟାସ କରି ଅନେକ ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନୁରୋଧ କରିଛନ୍ତି।