Sunday, October 11, 2026
Home ଆଞ୍ଚଳିକ ମହୁଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ କୋରାନ ମୁକାବିଲା ନିମନ୍ତେ ସଚେତନ କାର୍ଯ୍ୟକ୍ରମ

ମହୁଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ କୋରାନ ମୁକାବିଲା ନିମନ୍ତେ ସଚେତନ କାର୍ଯ୍ୟକ୍ରମ

26

କୁକୁଡ଼ାଖଣ୍ଡି, ୭/୪ (ବିଜୟ କୁମାର ଗୌଡ଼ ) ; ମହୁଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ବୁରଗାଁ ଗାଁ କଲ୍ୟାଣ ସମିତିର ମିଳିତ ସହଯୋଗରେ ବୁରଗାଁରେ ଜନସଚେତନ କାର୍ୟ୍ୟକ୍ରମ କରାଯାଇଛି I ଗାଁର ସମସ୍ତ ଘରକୁ ମାଗଣାରେ ସାବୁନ ବଣ୍ଟନ କରାଯାଇ ହାତ ଧୋଇବା ନିମନ୍ତେ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନ, ଶ୍ରୀମତୀ କିରଣ କୁମାରୀ ପଟ୍ଟନାୟକ, ଅଙ୍ଗନବାଡି କର୍ମୀ ଶ୍ରୀମତୀ ପ୍ରତିମା ନାୟକ, ଆଶା କର୍ମୀ ଅନୀତା ଗୌଡ଼ ମିଳିତ ଭାବେ ଗ୍ରାମସାରା ବୁଲି ଲୋକଙ୍କୁ ଅନୁରୋଧ କଲେ I

ଘରର ସମସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜୀବନ ବିନ୍ଦୁ କାର୍ୟ୍ୟକ୍ରମରେ ଲକ ଡାଉନ ସମୟରେ ବାହାରକୁ ନ ଯିବା ପାଇଁ ଶପଥ ପାଠ କରାଇଲେ I ବାହାରେ ବୁଲୁଥିବା ଲୋକଙ୍କୁ ଘରେ ରହିବା ନିମନ୍ତେ ବିନମ୍ର ଅନୁରୋଧ କରି ଶପଥପାଠ କରାଇବା ସହିତ ଗାଁ ସାରା ଝାଡୁ ଧରି ସଫେଇ କାର୍ୟ୍ୟକ୍ରମ କରିଥିଲେ I

ଲୁଣୀଘରା ଓ ଚାକୁଣ୍ଡକ୍ଷ ଝୋଳକ୍ଷ ଗ୍ରାମରେ ମଧ୍ୟ କୋରାନ ମୁକ୍ତ ନିମନ୍ତେ ଏହିପରି ଜନସଚେତନ କାର୍ୟ୍ୟକ୍ରମ କରି ଲୋକଙ୍କୁ ସଚେତନ କରାଯାଇଛି I ମହୁଡା ଗ୍ରାମର ଅନ୍ୟରାଜ୍ୟ ରୁ ୧୨ଜଣ ଙ୍କ ଘର କୁ ପରିଦର୍ଶନ କରି ସେମାନଙ୍କ ଉପରେ ସ୍ୱାସ୍ଥ୍ୟକର୍ମୀ ମାନେ ତୀକ୍ଷଣ ନଜର ରଖିଛନ୍ତି I କୋରାନ ମୁକାବିଲା ନିମନ୍ତେ ଭୈରବୀ ଉଚ୍ଚବିଦ୍ୟାଳୟ ରେ ଗ୍ରାମପଂଚାୟତ ତରଫରୁ କ୍ୱାରେଣ୍ଟାଇନ ସେଣ୍ଟର କୁ ପ୍ରସ୍ତୁତି ରଖାଯାଇଛି I