Wednesday, November 11, 2026
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅବମାନନା କରୁଛନ୍ତି ଶାସନ ଆମ୍ବ ଗାଁ ପଞ୍ଚାୟତର ମୁଖିଆ

ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅବମାନନା କରୁଛନ୍ତି ଶାସନ ଆମ୍ବ ଗାଁ ପଞ୍ଚାୟତର ମୁଖିଆ

135

୦୭/୦୪ ( ହିଞ୍ଜିଳିକାଟୁ) : କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ ନିରୀହ ଗରିବ ଲୋକଟି ଖାଇବାକୁ ଗଣ୍ଡେ ପାଉନି।ଏହାକୁ ଦୃଷ୍ଟିରେ ରଖି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ପ୍ରତ୍ୟକ ଗ୍ରାମ ପଞ୍ଚାୟତରେ ୧୦୦ ରୁ ୨୦୦ ଜଣ ଗରିବକୁ ଖାଇବାକୁ ଦିଆଯିବ ବୋଲି ଘୋଷଣା କରିଥିଲେ।କିନ୍ତୁ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ଖୁଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶାସନ ଆମ୍ବ ଗାଁ ରେ।ଏହି ପଞ୍ଚାୟତରେ ଜଣକୁ ବି ଖାଇବାକୁ ଦିଆ ନ ଯାଉଥିବା ଦେଖିବାକୁ ମିଳିଛି।ଏଣୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ କଣ ସତରେ ଏହି ଗ୍ରାମ ପଞ୍ଚାୟତରେ ଗରିବ ଲୋକ ନାହାନ୍ତି? ନା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବୋଲି ଘଣ୍ଟ ଘୋଡାଇ ରଖି ଦିଆଯାଉଛି। କାଳେ ନବୀନ ବାବୁ ଜଣିଦେବେ ମୋ ଏରିଆରେ ଏତେ ଲୋକ ଗରିବ ଅଛନ୍ତି ବୋଲି।ତେଣୁ ଗାଁ ର ମୁଖିଆ ଏହାକୁ ପଦାକୁ ଆସିବାକୁ ଦେଉ ନାହାନ୍ତି।ଏଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଏହା ଉପରେ ତଦାରଖ କରି ଗରିବ ଲୋକ ମାନଙ୍କୁ ଖାଇବାକୁ ଦେଇ ନିଜର ଲୋକ ପ୍ରିୟତା ବଜାଇ ରଖନ୍ତୁ।