ବୈପାରିଗୁଡା ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା

194
ଗଣେଶ ପୂଜା

ବୈପାରିଗୁଡା, (ସରୋଜ କୁମାର ଲେଙ୍କା) : କୋରାପୁଟ ଜିଲ୍ଲାର ବୈପାରିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଳିତ ହେଲା ଗଜାନନ ଗଣେଶଙ୍କର ବାର୍ଷିକ ଉତ୍ସବ । ଖବର ଅନୁଯାୟୀ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଗଣେଶ ପୂଜା ପାଳନ କରାଯାଇଛି।ସାଧାରଣତଃ ବୈପାରିଗୁଡା ସ୍ଥିତ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଡେନ ଇଂରାଜୀ ବିଦ୍ୟାଳୟ, ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ, ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟ, ଅକ୍ସଫୋଡ଼ ଇଣ୍ଟରନ୍ୟାସନେଲ ବିଦ୍ୟାଳୟ, ସହୀଦ ଲକ୍ଷଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସହୀଦ ଲକ୍ଷଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ବାବା ଗଜାନନଙ୍କ ପୂଜା ରିତୀନିତୀ ଅନୁଯାୟୀ ବହୁ ଧୁମଧାମରେ ପାଳିତ ହୋଇଯାଇଛି।

ସେହିଭଳି ବୈପାରିଗୁଡା ସ୍ଥିତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବୈପାରିଗୁଡା ଥାନା, ଗୌଡ଼ସାହି ପୂଜା କମିଟି, ମହାବୀର ଗ୍ରୁପ, ହନୁମାନ ନଗର, କାଠମିଲସାହି ପୂଜା କମିଟି ଠାରେ ବି ବହୁ ଆଡମ୍ବରରେ ଶିକ୍ଷାଦାତା ଗଣପତିଙ୍କ ପୂଜା ପାଳତ କରାଯାଇଛି। ଅନ୍ୟପଟେ ବିଭିନ୍ନ କ୍ଲବମାନଙ୍କରେ ଗଣେଶ ପୂଜାକୁ ଅନେକ ପ୍ରକାରର ଜାକଜମକରେ ପାଳନ କରାଯାଇଛି। ମାଇକ୍ ସାଉଣ୍ଡରେ ଚଳଚଞ୍ଚଳ ହୋଇଉଠିଛି ବୈପାରିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳର ସ୍ଥାନ ।