
ଆସିକା ୦୫/୦୪(ଜିଲ୍ଲା ଖବର) ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମର୍ଥନ କରିଥିବା ଜଣାପଡିଛି। ସମସ୍ତ ଗ୍ରାମବାସୀ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ସାବଧାନତାର ସହକାରେ ଦୀପ ଜଳାଇ ଗ୍ରାମ୍ୟ ଆଲୋକ କରିବା ସହ ହୁଳହୁଳି ଦେଇ ଚତୁର୍ଦିଗ ପ୍ରକମ୍ପିତ କରିଥିଲେ। ଦୀପ ହେଉଛି ପବିତ୍ରତାର ପ୍ରତୀକ। ମନରେ ଏକାଗ୍ରତା ଆଣିବା ସହିତ ଏକତ୍ବଵୋଧକୁ ଜାଗ୍ରତ କରିଥାଏ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଉପଦେଶ ମାନି ୯ମିନଣ୍ଟ ପାଇଁ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ଫ୍ଲାସ୍ ଲାଇଟ ମାଧ୍ୟମରେ ମଧ୍ୟ ଏହାକୁ ସମର୍ଥନ କରିଥିଲେ ଖଣ୍ଡବନ୍ଧ ଗ୍ରାମବାସୀ।
ରିପୋର୍ଟ ରତ୍ନାକର ଶିଅ


