Wednesday, November 11, 2026
Home ଆଞ୍ଚଳିକ ରାଳବ ଗ୍ରାମର ଯୁବକମାନେ ଭିଡ଼ିଲେ ଅଣ୍ଟା ,ନାଳକୁ ପରିସ୍କାର କଲେ ପାଠୁଆ ଯୁବଗୋଷ୍ଠୀ

ରାଳବ ଗ୍ରାମର ଯୁବକମାନେ ଭିଡ଼ିଲେ ଅଣ୍ଟା ,ନାଳକୁ ପରିସ୍କାର କଲେ ପାଠୁଆ ଯୁବଗୋଷ୍ଠୀ

63

ହିଞ୍ଜିଳିକାଟୁ ୦୫/୦୪ ( ଜିଲ୍ଲା ଖବର) : ଆଜି ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମର ଯୁବକମାନେ ଭିଡ଼ିଲେ ଅଣ୍ଟା । ଗାଁ ପ୍ରଶାସନର ଅବହେଳା ଯୋଗୁଁ ଏବଂ ମଶାମାଛି, ରୋଗ ଦାଉରୁ ରକ୍ଷା ପାଇବା ପାଇଁ କେତେକ ପ୍ରମୁଖ ନାଳକୁ ପରିଷ୍କାର କଲେ ଗାଁର ପାଠୁଆ ଯୁବଗୋଷ୍ଠୀ । ପୁଣି ସମଗ୍ର ବିଶ୍ୱ ତଥା ଭାରତରେ କରୋନାର ଭୟଙ୍କର ରୂପ ଏବେ ଜନ ମାନସରେ ହାହାକାର ମଚେଇବାରେ ଲାଗିଛି । ସରକାର ସମସ୍ତ ଜନସାଧାରଣଙ୍କୁ ସଚେତନ ରହିବାକୁ ଏବଂ ଘରୁ ବାହାରକୁ ନ ଯିବାକୁ ଅନୁରୋଧ ମଧ୍ୟ କରୁଛନ୍ତି । ଗାଁ ଗାଁରେ ହୋମ କୁୱରେନଣ୍ଟାଇନ ପାଇଁ ପାଞ୍ଚ ଲକ୍ଷ ଟଙ୍କା ସାଙ୍ଗକୁ ଜନ ଜାଗରଣ ପାଇଁ ପୋଲିସ ପେଟ୍ରୋଲିଂକୁ ମଧ୍ୟ କଡାକଡ଼ି କରାଯାଇଛି । ହେଲେ ଏହାରି ମଧ୍ୟରେ ଦୀପ ତଳ ଅନ୍ଧାର ପରି ଗାଁର ମୁଖିଆ ସରପଞ୍ଚ ନିଜେ ନିଶ୍ଚଳାନନ୍ଦ ସାଜିଥିଲା ବେଳେ ଗାଁର ସ୍ୱଚ୍ଛତା ଏଠି ଧର୍ମକୁ ଆଖିଠାର ପରି । ପୂର୍ବରୁ ଅନେକ ଥର ଲୋକମାନେ ଗାଁ ମୁଖିଆଙ୍କୁ ଗାଁର ନାଳ ନର୍ଦମା, ଲାଇଟ, ପାଣି ଭଳି ଅତି ଆବଶ୍ୟକ ବିଷୟ ଉପରେ ବାରମ୍ବାର ଦୃଷ୍ଟିପାତ କରିବା ସତ୍ୱେ ଗାଁ ମୁଖିଆଙ୍କ ମନମତାଣିଆ ଭାବ କାରଣରୁ ଅନେକ ଦିନ ପରେ ଅନେକ କାମ ହେଇଛି ଏବଂ ଆହୁରି ଅନେକ କାମ ଆଜି ମଧ୍ୟ ବାକି ରହିଛି । ତେଣୁ ଏହିଭଳି ବର୍ଷ ବର୍ଷର ଅବହେଳାକୁ କର୍ଣ୍ଣପାତନକରି ଆଜି ରାଳବ ଗ୍ରାମର ଅନେକ ପାଠୁଆ ଯୁବକ ଏକାଠି ହୋଇ ଗାଁ ପରିସର ସଫା ରଖିବାର ନେଇଥିଲେ ନୂତନ ସଂକଳ୍ପ ।