Home Uncategorized ଦୀପ,ମହମ ବତୀ, ଟର୍ଚ୍ଚ ଲାଇଟ୍, ମୋବାଇଲ ପ୍ଳାସଲାଇଟ ଜଳାଇ ଓ ବାଣ ଫୁଟାଇ ଉତ୍ସାହିତ କଲେ...

ଦୀପ,ମହମ ବତୀ, ଟର୍ଚ୍ଚ ଲାଇଟ୍, ମୋବାଇଲ ପ୍ଳାସଲାଇଟ ଜଳାଇ ଓ ବାଣ ଫୁଟାଇ ଉତ୍ସାହିତ କଲେ ଦେଶବାସୀ।

130

ଆସିକା ୦୫/୦୪ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶରେ ପ୍ରଦୀପ ପ୍ରଜ୍ଜଳନ କରି ଭାରତୀୟ ମାନଙ୍କ ମଧ୍ୟରେ ଥିବା ଏକତା ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ କରୋନା ବିରୋଧରେ ଲଢିବାକୁ ପ୍ରସ୍ତୁତ ଥିବା ପ୍ରମାଣ ଦେଇଛନ୍ତି।ବିଶ୍ବରେ ଚାଲିଥିବା ଏହି ମହାମାରୀ କବଳରୁ ମୁକ୍ତ ପାଇବା ନିମନ୍ତେ ବୈଜ୍ଞାନିକ ମତ ସହ ଆଧ୍ୟାତ୍ମିକ ଚେତନା କୁ ମଧ୍ୟ ଗ୍ରହଣ କରିବା ପୂର୍ବକ ଓଡ଼ିଶାର ରାଜଧାନୀ ସମେତ ସମସ୍ତ ଅଞ୍ଚଳରେ ଆବାଳବୃଦ୍ଧବନୀତା ଏଭଳି ସ୍ଥିତିରେ ଏହାକୁ ପାଳନ କରିଥିବା ପରିଲକ୍ଷିତ ହୋଇଛି। ଠିକ୍ ସେହିଭଳି ଗଂଜାମର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର, ପୋଲସରା, ଶେରଗଡ଼ ଅଞ୍ଚଳରେ ୯ଘଣ୍ଟ ସମୟରୁ ୯ମିନଣ୍ଟ ଧରି ସମୂହ ଦ୍ଵୀପ ଲଗାଇବା ସହିତ କୋଭିଡ ନାଇଣ୍ଟିନ୍ ବିରୋଧରେ ଲଢିବା ନିମନ୍ତେ ଜାଗ୍ରତ ହୋଇଛନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଅତି ସୁରୁଖୁରୁରେ ପ୍ରଧାନମନ୍ତ୍ରୀଙ୍କ ଉପଦେଶ ମାନିଥିବା ଜଣାପଡିଛି। ଆସିକା ବ୍ଳକ ଅନ୍ତର୍ଗତ ବରଗାଁ, ଗୁଣ୍ଠପଡା, ବଡଖୋଲି, ବାଲିଛାଇ, ବାଲିସିରା, ମଂଗଳପୁର, ଦେବଭୂମି, ଆଲିପୁର ସମେତ ସମସ୍ତ ପଞ୍ଚାୟତରେ ଦୀପ ଜଳେଇ ଘରେ ଘରେ ଏହାକୁ ସମର୍ଥନ କରିଥିଲେ।ଏଭଳି କରିବା ଦ୍ୱାରା ନିହାତି କିଛି ଉପକାର ମିଳିବ ବୋଲି ଧାର୍ମିକ ମତସହ ବୈଜ୍ଞାନିକ ଯୁକ୍ତି ଉପସ୍ଥାପନ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ।

ରିପୋର୍ଟ ରତ୍ନାକର ଶିଅ