Home ଆଞ୍ଚଳିକ ବାଲିଗୁଡାରେ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବାଲିଗୁଡାରେ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

20

ବାଲିଗୁଡା, (କନ୍ଧମାଳ) ୫/୪ (ଜ଼ିଲ୍ଲା ଖବର):  ସାରା ବିଶ୍ୱ କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବିପଦ ସମୟର ବନ୍ଧୁ ହବତ ଏମିତି। କରୋନା ଭଳି ମହାମାରୀ ସମୟରେ ଗରୀବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ସାହାଯ୍ୟର ହାତ ବଢାଇଛନ୍ତି ବିଶିଷ୍ଟ ସମାଜସେବୀ ଟୁନା ଦାଶ ଏବଂ ତାଙ୍କ ସହକର୍ମୀ ମାନେ ମିଶି ପଚାଶରୁ ଊର୍ଦ୍ଧ୍ବ ଗରୀବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରି ମହାନତାର ପରିଚୟ ପ୍ରଦାନ କରିଛନ୍ତି।

ଜଣେ ଜଣାଶୁଣା ସମାଜସେବୀ କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ସ୍ଥାନରେ ସମ୍ଵୋର୍ଦ୍ଧିତ ମଧ୍ୟ ହୋଇଛନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଅତି ସୁରୁଖୁରୁରେ ଆଜି ଏହି ମହାନ କାର୍ୟ୍ୟ ସମାପନ ହୋଇଥିବା ଜଣାପଡ଼ିଛି।

(ରିପୋର୍ଟ :ସୁକାନ୍ତ କୁମାର ତ୍ରିପାଠୀ)