Home ଅପରାଧ କେନାଲ ନାଳରେ ବୁଡି ନଵମ ଶ୍ରେଣୀ ଛାତ୍ର ମୃତ

କେନାଲ ନାଳରେ ବୁଡି ନଵମ ଶ୍ରେଣୀ ଛାତ୍ର ମୃତ

129

ଆସିକା, (ଜିଲ୍ଲାଖବର) : ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତ କୁଶରାବ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସରଧାପୁର ନିକଟ ଢିଅନାଳରେ ନଵମ ଶ୍ରେଣୀ ଛାତ୍ର ଜିତେନ୍ଦ୍ର କୁମାର ଗୈ।ଡ ପାଣିରେ ଭାସି ଯାଇ ମୃତ ହୋଇଥିବା ଜଣାଯାଇଛି। ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲ କୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଜିତେନ୍ଦ୍ର କୁମାର ଗୈ।ଡଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଜିତେନ୍ଦ୍ର କୁମାର ଗୈ।ଡ ଓ ତାଙ୍କର କିଛି ସାଙ୍ଗ ସାଥି ବ୍ୟାୟାମ ପାଇଁ ଯାଇଥିଲେ । ସରଧାପୁର ନିକଟରେ ଥିବା ଢିଅ ନାଳ ଠାରେ ଲଙ୍ଗ ଜମ୍ଫ ଓ ଚିନିଙ୍ଗବାର ଵ୍ୟାୟାମ କରିଵା ସମୟରେ କେନାଳ ପାଣିରେ ଖସିଯାଇଥିଲେ । ଲଘୁଚାପଜନିତ ବର୍ଷା ଯୋଗୁଁ କେନାଲର ଦ୍ରୁତପାଣିରେ ଭାସିଯାଇଥୀଲେ । ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଗ୍ରାମର ଜିତେନ୍ଦ୍ର ଗୌଡ଼ଙ୍କୁ ୧୪ବର୍ଷ ହୋଇଥିବା ବେଳେ ସେ ମୁଣ୍ଡମରାଇ ସ୍କୁଲରେ ପାଠ ପଢୁଥିଲେ । ଗରିଵ ଶ୍ରେଣୀର ଲୋକ ପିତା ବୁଧିରାମ ଗୈଡ ପୁଅର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି । ଜିତେନ୍ଦ୍ର ର ମୃତ୍ୟୁ ରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।