Wednesday, November 11, 2026
Home ଆଞ୍ଚଳିକ କରୋନା ମୁକାବିଲା ଲାଗି : ଗାଁ ରାସ୍ତା ସିଲ୍‌ କଲେ ଗ୍ରାମବାସୀ

କରୋନା ମୁକାବିଲା ଲାଗି : ଗାଁ ରାସ୍ତା ସିଲ୍‌ କଲେ ଗ୍ରାମବାସୀ

24

ସାନଖେମୁଣ୍ଡି ୦୫/୦୪ ( ଜିଲ୍ଲା ଖବର) : ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। କରୋନା ସଂକ୍ରମଣକୁ ନେଇ ଗଞ୍ଜାମ ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ରହିଥିବା ଦେଖିବାକୁ ମିଳୁଛି । ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ଦୁଇ ପଟ ମୁଖ୍ୟ ରାସ୍ତାକୁ ଗ୍ରାମବାସୀ ସିଲ୍‌ କରିଦେଇଛନ୍ତି । ଗାଁ ମୁଣ୍ଡ ରାସ୍ତାରେ ବ୍ୟାରିକେଡ ଲଗାଇ ଗ୍ରାମ ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଏପରିକି ବ୍ୟାନର ଲଗାଇ କରୋନା ମୁକାବିଲାରେ ସହଯୋଗ କରନ୍ତୁ ଓ ବାହାର ଲୋକଙ୍କୁ ଗ୍ରାମକୁ ଆସନ୍ତୁ ନାହିଁ କିମ୍ବା ଗ୍ରାମର କୌଣସି ଲୋକେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି l

ରିପୋର୍ଟ: ପ୍ରଫୁଲ୍ଲ ସାବତ।