
ରାୟଗଡ଼ା ୦୩/୦୪ (ଜିଲ୍ଲା ଖବର) : ସାରା ବିଶ୍ଵ ଆଜି କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ମହାମାରୀକୁ ରୋକିବା ପାଇଁ ଭାରତ ସରକାର ଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ ନେଲାବେଳେ ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ ୩୦ଟି ଜିଲ୍ଲାରେ ଲକ୍ ଡ଼ାଉନ୍ ସହ ଆଜି ରାତ୍ର 8 ଟା ରୁ ଭୁବନେଶ୍ୱର, କଟକ ଓ ଭଦ୍ରକ ରେ ସଟଡାଉନ ଘୋଷଣା କରିଛନ୍ତି ।ଏହି ସମୟରେ ଜନ ସାଧାରଣ ଜରୁରୀ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି। ଭୁତାଣୁ ସାରା ଦେଶରେ ବ୍ୟାପିବାରେ ଲାଗିଥିବାରୁ ଆମ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବ୍ଲକ ପ୍ରଶାସନ ତରଫରୁ 3 ମାସର ଚାଉଳ ଆଗୁତୁଆ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି ।ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରପୁର ପଞ୍ଚାୟତରେ ଆଜି ସରପଞ୍ଚ ସୁଜିତ ବ୍ରେଡକା ଙ୍କ ନେତୃତ୍ୟ ରେ ଚାଉଳ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି ।ସେହି ଭଳି ଚନ୍ଦ୍ରପୁର ବ୍ଲକ ର ବୁଡୁବାଲି ପଞ୍ଚାୟତ ରେ ମଧ୍ୟ ଚାଉଳ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ।କରୋନା ଭୁତାଣୁ ପାଇଁ ଚାଉଳ ଦେବା ସମୟରେ ବ୍ୟବଧାନ ରେ ଠିଆ ହୋଇ ଶାନ୍ତି ଶୃଙ୍ଖଳା ସହ ହିତାଧିକାରୀ ମାନେ ଚାଉଳ ଗ୍ରହଣ କରିଥିଲେ। ହନୁମନ୍ତପୁର ପଞ୍ଚାୟତ ରେ ଆଜି ପର୍ଯ୍ୟନ୍ତ ଚାଉଳ ପହଞ୍ଚି ନଥିବା ହେତୁ PEO ଜୋଛନା ଶବର ପ୍ରକାଶ କରିଛନ୍ତି। ଏଣୁ ହନୁମନ୍ତପୁର ପଞ୍ଚାୟତ ରେ ଚାଉଳ ତୁରନ୍ତ ପହଞ୍ଚାଇବା ନିମନ୍ତେ ଜନସାଧାରଣ ସରକାର ଙ୍କୁ ନିବେଦନ କରିଛନ୍ତି।
ରିପୋର୍ଟ ସନାତନ ନାୟକ



