
ଆସିକା ୦୩/୦୪ (ଜିଲ୍ଲା ଖବର) : ଲକ ଡାଉନ ଯୋଗୁ କେକଳ ମଣିଷ ଉପରେ ତା’ର ଯେତିକି ପ୍ରଭାବ ପଡିଛି ତା ଠାରୁ ଅଧିକ ପ୍ରଭାବ ବୁଲା କୁକୁର ମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି। ଦୋକାନ ବଜାର ସବୁ ବନ୍ଦ ହେବା ଫଳରେ ବୁଲା କୁକୁର ମାନଙ୍କ ଅବସ୍ଥା ଦୟନୀୟ ହୋଇଯାଈଛି। ଖାଦ୍ୟ ଅଭାବ ଜନିତ ସମସ୍ୟା ଯୋଗୁଁ ଡହଳବିକଳ ହୋଇ ଏପଟ ସେପଟ ହୋଇ କୁକୁରମାନେ ବୁଲୁଛନ୍ତି। ଏଭଳି ସ୍ଥିତିରେ କୁକୁର ମାନଙ୍କ ମୁହଁରେ ଦାନା ଦେବା ନିମନ୍ତେ ଆଗେଇ ଆସିଛନ୍ତି ଆସିକା ସଦର ରାଜସ୍ବ ନିରୀକ୍ଷକ ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ। ପ୍ରତିଦିନ ବୁଲା କୁକୁର ମାନଙ୍କୁ ବିସ୍କୁଟ ସମେତ ଡ୍ରାଇଫୁଡ ଆଦି ଦେଇ ମହାନତାର ପରିଚୟ ପ୍ରଦାନ କରିଛନ୍ତି। ଆର ଆଇଙ୍କ ଏହି ମହାନ କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟିଆସିଛି। ଏଭଳି ଏକ ଦୃଶ୍ୟ ଆମ ନିକଟରେ ହସ୍ତଗତ ହୋଇଛି। ଆସିକା ତହସିଲ କାର୍ଯ୍ୟାଳୟ ପରିସରରେ ସଦର ରାଜସ୍ବ ନିରୀକ୍ଷକଙ୍କ ଏହି ମହାନ କାର୍ଯ୍ୟ। ସୂଚନା ଯୋଗ୍ୟ ଯେ ଆର ଆଇ ମହୋଦୟ କେବଳ ଏହି ଲଗ ଡାଉନ ସମୟରେ ଉକ୍ତ ଖାଦ୍ୟ ବଣ୍ଟନ କରୁଛନ୍ତି ତାହା ନୁହଁ ବର୍ଷ ତମାମ ଏହି କାର୍ଯ୍ୟ ସେ କରିଆସୁଛନ୍ତି। ବହୁ ବର୍ଷ ଧରି ଏପରି ବୁଲା କୁକୁର ଏବଂ ଅନ୍ୟ ପଶୁ ମାନଙ୍କୁ ଖାଦ୍ୟ ପରଷି ଦେବା ତାଙ୍କର ଏକ ନିତିଦିନିଆ ଅଭ୍ୟାସ।ସାମ୍ପ୍ରତିକ ସ୍ଥିତିରେ କୋଭିଡ ନାଇଣ୍ଟିନ୍ କବଳରେ ଚାରିଆଡ଼େ ହାହାକାର ପଡିଥିବା ବେଳେ ନିଜ ଦାୟିତ୍ଵକୁ ସୁଚାରୁରୂପେ ସମ୍ପାଦନ କରିବା ସହ ଉକ୍ତ ମହାନ କାର୍ଯ୍ୟ ମଧ୍ୟ ସମ୍ପାଦନା କରିବାରେ ସେ ପଛଘୁଞ୍ଚା ଦେଇନାହାନ୍ତି। ଫଳରେ ବୁଲା କୁକୁର ମାନଙ୍କ ପାଇଁ ସେ ଦେବଦୂତ ସାଜିଥିବା ଜଣାପଡିଛି।
ରିପୋର୍ଟ ରତ୍ନାକର ଶିଅ


