Wednesday, November 11, 2026
Home ଆଞ୍ଚଳିକ ରାସନ ସାମଗ୍ରୀ ଯୋଗାଇଲେ ସନ୍ଥ ନିରଂକାରି ମିଶନ ସଂଘ

ରାସନ ସାମଗ୍ରୀ ଯୋଗାଇଲେ ସନ୍ଥ ନିରଂକାରି ମିଶନ ସଂଘ

187

ହିଞ୍ଜିଳିକାଟୁ ୦୩/୦୪ ( ଜିଲ୍ଲା ଖବର) : ସାରା ବିଶ୍ୱରେ କରୋନା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ ଡାଉନ ଜାରି କରାଯାଇଛି I ଏହା ଫଳରେ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଛି I ଏଭଳି ପରିସ୍ଥିତିରେ କେତେକ ଗରିବ ଖଟିକିଆ ମାନଙ୍କୁ ଖାଦ୍ୟ ସାମଗ୍ରୀ କିଣିବାରେ ଅଭାବ ଓ ଅସୁବିଧାର ଶିକାର ହେଉଥିବା ବେଳେ ସେମାନଙ୍କୁ ସାହା ହୋଇଛନ୍ତି ସନ୍ଥ ନିରାକାରୀ ମିଶନ ସଂଘ I ଭାରତରେ କରୋନା ସଂକ୍ରମଣ ର ହାର କମିବାକୁ ଆସୁଥିବା ବେଳେ କିଛି ଗରିବ ଓ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ସଂଗ୍ରହ ରେ ସମସ୍ୟା ଦେଖାଦେଇଛି I ଏହି ସମସ୍ୟାରୁ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ସୁବିଧା ଦିଆଯାଉଥିବା ବେଳେ ଏକ ଭିନ୍ନ ଧରଣର ପଦକ୍ଷପ ନେଇଛନ୍ତି I ସମରଝୋଳ ଗ୍ରାମରେ ଥିବା ସନ୍ଥ ନିରାକାରୀ ଭବନରେ ବ୍ଲକ ଅଧକ୍ଷ ତଥା ମୁଖ୍ୟ ପ୍ରବଚକ N . ରଘୁନାଥ ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଗ୍ରାମ ଅନ୍ତର୍ଗତ ସମସ୍ତ ଗରିବ ମାନଙ୍କ କ୍ଷୁଦା ନିବାରଣ ପାଇଁ ପ୍ରତ୍ୟକଙ୍କୁ ୨୫ କିଲୋ ଗ୍ରାମ ର ଚାଉଳ ସହିତ ୧୨ ପ୍ରକାରର ରାସନ ସାମଗ୍ରୀ ବଣ୍ଟନ କରାଯାଇଛି I ପି.ଆଦିକାନ୍ଧ ଙ୍କ ନେତୃତ୍ୱରେ ସାମଜିକ ଦୂରତା କୁ ବଜାୟ ରଖି ୫୦ ଜଣ ପୁରୁଷ ଓ ମହିଳା ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି I
ରିପୋର୍ଟ ପ୍ରଶାନ୍ତ କୁମାର ରଣା