Wednesday, November 11, 2026
Home ଆଞ୍ଚଳିକ ଚନ୍ଦ୍ରପୁର ବ୍ଲକ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚନ୍ଦ୍ରପୁର ବ୍ଲକ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

28

ରାୟଗଡ଼ା ୦୨/୦୪ (ଜିଲ୍ଲା ଖବର) : ସାରା ବିଶ୍ଵ ଆଜି କରୋନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ମହାମାରୀକୁ ରୋକିବା ପାଇଁ ଭାରତ ସରକାରଙ୍କ ଜନତା କର୍ଫ୍ୟୁ ପରେ ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ ୩୦ଟି ଜିଲ୍ଲାରେ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି ।ଏହି ସମୟରେ ଜନ ସାଧାରଣ ଜରୁରୀ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଭୁତାଣୁ ସାରା ଦେଶରେ ବ୍ୟାପିବାରେ ଲାଗିଥିବାରୁ ଆମ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଆଠଗୋଟି ପଞ୍ଚାୟତ ରେ ବ୍ଲକ ପ୍ରଶାସନ ତରଫରୁ ନିରାଶ୍ରୟଙ୍କୁ ଗରମ ରନ୍ଧାଖାଦ୍ୟ ବଣ୍ଟନ କରିବା ନିମନ୍ତେ ଚନ୍ଦ୍ରପୁର ନୂଆସାହି ମାତାରୀଣି S H Gଗ୍ରୁପର ମହିଳା ମାନେ ଦାଇତ୍ଵ କୁ ହାତେଇଛନ୍ତି। ଝାଡ଼ଖଣ୍ଡ ରୁ ଦାଦନ ଖଟିବାକୁ ଆସି ଥିବା ୧୪ ଜଣ ,ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ୨୫ଜଣ ନିରାଶ୍ରୟଙ୍କୁ ସମୁଦାୟ ୯୪ଜଣ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ। ସେହି ଭଳି ହନମନ୍ତପୁର ପଞ୍ଚାୟତ ସ୍ତରରେ ୧୨୧ ଜଣ ,ବୁଡୁବାଲିପଞ୍ଚାୟତ ରେ ୨୫ଜଣ ,ଟୁରିଗୁଡାପଞ୍ଚାୟତ ରେ ୩୦ ,ସାରକିମାପଞ୍ଝାୟତ ରେ ୬୦, ଡାଙ୍ଗସୋରଡା ପଞ୍ଚାୟତ ରେ ୧୦୧ ଜଣ ଲୋକ ଙ୍କୁ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ତା କରାଯାଇଛି ବୋଲି ଜଣାପଡିଛି।। ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜଡୁଙ୍ଗଡୁଙ୍ଗ ଙ୍କ ନେତ୍ୱତ୍ୱରେ ଚନ୍ଦ୍ରପୁର ବ୍ଲକ ରେ ଖାଦ୍ୟ ଯୋଗାଇ ଦେବାକୁ ଓଏଲ ଏମ ବିପିଏମ ଶ୍ରବଣ ସିଂ ,କ୍ରୁଷିମିତ୍ର,ପ୍ରାଣୀ ମିତ୍ର,ଓ ଜିଆରପି ମିଳିତ ଭାବେ ଲୋକ ମାନଙ୍କୁ ଖାଦ୍ୟ ବାଣ୍ଟିବାରେ ସହଯୋଗ କରିଥିଲେ।
ରାୟଗଡ଼ା ରୁ ସନାତନ ନାୟକ