Wednesday, November 11, 2026
Home ଆଞ୍ଚଳିକ ବଡ଼ବଜ଼ାର ପୋଲିସର ମଦ ଧରା ଅଭିଯାନ ଜାଲରେ 2 ଜଣ ମଦବେପାରୀ ଗିରଫ

ବଡ଼ବଜ଼ାର ପୋଲିସର ମଦ ଧରା ଅଭିଯାନ ଜାଲରେ 2 ଜଣ ମଦବେପାରୀ ଗିରଫ

34

ବ୍ରହ୍ମପୁର ୦୧/୦୪ (ଜିଲ୍ଲା ଖବର) : ସାରା ରାଜ୍ୟରେ ଲକ ଡାଉନ ପରିସ୍ଥିତି ଉପୁଜି ଦୋକାନ ବଜ଼ାର ବନ୍ଦରହିଥିବା ବେଳେ ମଦଦୋକାନ ମଧ୍ୟ ବନ୍ଦପାଇଁ ସରକାର ନିର୍ଦେଶ ଦେଇଛନ୍ତି l ଏଥିରେ ପ୍ରାୟ ସମସ୍ତ ଦୋକାନୀ କରୋନା କୁ ଭୟକରି ଦୋକାନ ସମେତ ଘରବିତରେ ତାଲାବନ୍ଦ କରିବା ଭୟରେ ଥିବା ବେଳେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି l କିନ୍ତୁ କିଛି ମଦବେପାରୀ ମାନେ କରୋନା ଏବଂ ପ୍ରଶାସନର ଭୟଭୀତ ନରହି ଲୁକାୟତ ରେ ମଦ ବିକ୍ରି କରୁଥିବା ବେଳେ ବଡ଼ବଜ଼ାର ପୋଲିସ 2 ଜଣ ବ୍ୟକ୍ତିଙ୍କୁ ବୁଧବାର ଗିରଫ କରିଛି l ସେଥି ମଧ୍ୟରୁ ଜଣେ ଯୁବକ ମାନେ ବଡ଼ବଜ଼ାର ଥାନା ଅନ୍ତର୍ଗତ ନୀଳାଦ୍ରିବିହାର 4ଲାଇନ ଅଭିଷେକ କୁମାର ପାତ୍ର (28)ଏବଂ ଅନ୍ୟ ଜଣେ ଗଣପତି ନଗର 4ଲାଇନ ଗଗନବିହାର ସାହୁ (28) ଦୁଇଜଣଙ୍କ ବୟସ୍କ ସମାନଧରଣ ରହିଥିବା ଜଣା ପଡିଛି ଦୁଇଜଣ ବ୍ୟକ୍ତି ନିଜ ଅଞ୍ଚଳରେ ଚରା ମଦ ବିକ୍ରି କରୁଥିବା ବେଳେ ପୋଲିସ ଏମାନଂକ ଠାରୁ ମୋଟ 34.540ଲିଟର ବିଦେଶୀ କାଚ ମଦ ଜବତ କରିବା ସହ ଗୋଟେ ମୋଟର ସାଇକେଲ ଜବତ କରିଛି ଯେଉଁ ଗାଡି ନଂ ଓଡି 0୭ଏଚ ୯୩୮0 କରି ଥାନା କେଶ ନଂ 67/20ମାମଲା ରୁଜୁ କରିଛନ୍ତି l
ରିପୋର୍ଟ ବିଜୟ କୁମାର ଗୌଡ