
କବିସୂର୍ଯ୍ୟନଗର ୦୧/୦୪ (ଜିଲ୍ଲା ଖବର) : ଈ ମାହେଶ୍ଵରୀ ଦୋରା। ଜଣେ ବିରଳ ବ୍ୟକ୍ତିତ୍ୱ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗରର ମହୀୟସୀ ମହିଳା। ବିପଦ ସମୟର ବନ୍ଧୁ ହବତ ଏମିତି। କରୋନା ଭଳି ମହାମାରୀ ସମୟରେ ଗରୀବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ସାହାଯ୍ୟର ହାତ ବଢାଇଛନ୍ତି ବିଶିଷ୍ଟ ସମାଜସେବୀ ଇ ମାହେଶ୍ଵରୀ ଦୋରା। ଶହେରୁ ଊର୍ଦ୍ଧ୍ବ ଗରୀବ ଲୋକଙ୍କୁ ଫଳମୂଳ ପନିପରିବା, ଚାଉଳ ସମେତ ୫୦୦ଟଙ୍କା ଲେଖାଏଁ ପ୍ରଦାନ କରି ମହାନତାର ପରିଚୟ ପ୍ରଦାନ କରିଛନ୍ତି। ଜଣେ ଜଣାଶୁଣା ସମାଜସେବୀ ହିସାବରେ ସେ ଖ୍ୟାତ। ସାହିତ୍ୟ ପ୍ରତି ଅନୁରାଗ ଏବଂ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ସ୍ଥାନରେ ସମ୍ଵୋର୍ଦ୍ଧିତ ମଧ୍ୟ ହୋଇଛନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବା ସହ ଅତି ସୁରୁଖୁରୁରେ ଆଜି ଏହି ମହାନ କାର୍ଯ୍ୟ ସମାପନ ହୋଇଥିବା ଜଣାପଡ଼ିଛି। ସମାଜସେବୀ ଏ ବ୍ରହ୍ମାନନ୍ଦ ଆଚାରୀ ମଧ୍ୟ ଉପସ୍ଥିତ ରହି ଉତ୍ସାହିତ କରିବା ସହିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏଭଳି ସ୍ଥିତିରେ ଜନସାଧାରଣଙ୍କ ମନରେ
ରିପୋର୍ଟ ରତ୍ନାକର ଶିଅ




