
ଆସିକା ୦୧/୦୪ (ଜିଲ୍ଲା ଖବର) : ବିପଦ ସମୟରେ ସାହାଯ୍ୟ ହିଁ ପ୍ରକୃତ ସାହାଯ୍ୟ। ବିଶ୍ୱକୁ କୋଭିଡ ନାଇଣ୍ଟିନ୍ କରୋନ ଭାଇରସର ଆତଙ୍କ କବଳିତ କରି ରଖିଥିବା ବେଳେ ବରଗାଁ ସରପଞ୍ଚଙ୍କ ଉଦ୍ୟମରେ ପଞ୍ଚାୟତର ୪୧ ଜଣ ବଦାନ୍ୟ ବ୍ୟକ୍ତି। ସର୍ବମୋଟ ୫୧୫୦୦ଟଙ୍କା ଗରିବ ଅସହାୟ ମାନଙ୍କ ପାଇଁ ଦାନକରିଥିବା ଜଣାପଡିଛି। ଏସ ଏସ ଜି ଗୃପ୍ ମଧ୍ୟଏଥିରେ ସାମିଲ ହୋଇଥିବା ସହ ଛୋଟ ଛୋଟ ପିଲାମାନେ ମଧ୍ୟ ନିଜ ପକେଟ ଖର୍ଚ୍ଚରୁ ସଞ୍ଚୟ କରି ରଖିଥିବା ଟଙ୍କା ଦାନକରିଥିବା ପରିଲକ୍ଷିତ ହୋଇଛି। ଉକ୍ତ ଗାଁରେ ରୋଷେଇ କରି ଗରିବ ଅସହାୟ ମାନଙ୍କୁ ଖାଇବାକୁ ଦିଆଯାଉଥିବା ଜଣାପଡିଛି। ଏଭଳି ବିପତ୍ତି ସମୟରେ ସହଯୋଗର ହାତବଢାଇ ବରଗାଁ ପଞ୍ଚାୟତ ବାସୀ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକି ବର୍ତ୍ତମାନ ସମୟରେ କରୋନା ମୁକାବିଲା ପାଇଁ ନିହାତି ମହାନତାର କାର୍ଯ୍ୟ । ଉକ୍ତ ଗ୍ରାମପଞ୍ଚାୟତ ଏହି ସହଯୋଗ କ୍ଷେତ୍ରରେ ସାମିଲ ହୋଇପାରିଥିବା କାରଣରୁ ସମିତି ସଭ୍ୟ ଶ୍ରୀ ଶିବ ନାହାକ ଖୁସି ବ୍ୟକ୍ତ କରିଛନ୍ତି।ଆଦାୟ ହୋଇଥିବା ସମସ୍ତ ସାହାଯ୍ୟ ରାଶି ପଞ୍ଚାୟତର ଗରିବ ଅସହାୟ ମାନଙ୍କ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି।
ରିପୋର୍ଟ ରତ୍ନାକର ଶିଅ


