Wednesday, November 11, 2026
Home ଆଞ୍ଚଳିକ ଗରିବ ମାନଙ୍କ ସାଥି ଲୋଚପଡା ଯୁବଗୋଷ୍ଠୀ

ଗରିବ ମାନଙ୍କ ସାଥି ଲୋଚପଡା ଯୁବଗୋଷ୍ଠୀ

75

ବ୍ରହ୍ମପୁର, ୩୧/୩ (ଲକ୍ଷ୍ମୀ ନାରାୟଣ ମିଶ୍ର ) : ଲକ୍‌ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇ ଓଳି ଦୁଇମୁଠା ଖାଇବାକୁ ପାଉନାହାନ୍ତି। କୌଣସି ଲୋକ ଭୋକ ଉପାସରେ ଯେପରି ନ ରୁହନ୍ତୁ ବୋଲି ଲୋଚପଡ଼ା ଗ୍ରାମର ଯୁବ ଗୋଷ୍ଠୀ ତରଫରୁ ସମଗ୍ର ବ୍ରହ୍ମପୁରରେ ବୁଲି ବୁଲି ପ୍ରାୟ ୧୮୦ ରୁ ୨୦୦ ଲୋକଙ୍କୁ ଭାତ, ଡାଲି, ତରକାରୀ ଏବଂ ପାନୀୟ ଜଳ ବଣ୍ଟନ କରିଥିଲେ । ଏଥିରେ ଦିପୁ ବେହେରା, ସୁନିଲ ସାହୁ,କାଳିଆ ସାହୁ,ମିଲୁ ସାହୁ,ଚିଙ୍କୁ ସାହୁ,ତୋଫାନ ସାହୁ, ବବୁଲୁ ସାହୁ, ଜଗା ସାହୁ,ଚନ୍ଦନ ଡାକୁଆ, ଶାନ୍ତୁନୁ ତ୍ରିପାଠୀ, ବିନାୟକ ସାବତ ଓ ସମାଜସେବୀ ତଥା ସାମ୍ବାଦିକ ଗୁରୁ ପ୍ରସାଦ ପଟ୍ଟନାୟକଙ୍କ ସହଯୋଗରେ ନିଃସହାୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା ।