Wednesday, November 11, 2026
Home ଆଞ୍ଚଳିକ ମ୍ୟୁଜିକ ଭିଡ଼ିଓ ଦେଖି ସମୟ କାଟୁଛନ୍ତି ମ୍ୟୁଜିକ ଭିଡ଼ିଓ ନିର୍ଦେଶକ

ମ୍ୟୁଜିକ ଭିଡ଼ିଓ ଦେଖି ସମୟ କାଟୁଛନ୍ତି ମ୍ୟୁଜିକ ଭିଡ଼ିଓ ନିର୍ଦେଶକ

181

ଖଲ୍ଲିକୋଟ ୩୧/୦୩ (ଜିଲ୍ଲା ଖବର) : ସେ କହିଛନ୍ତି ସମଗ୍ର ପୃଥିବୀରେ କରୋନା ଚକିତ କରିଦେଥିବାରୁ ଭାରତ ସରକାର ସମଗ୍ର ଭାରତ ବର୍ଷ କୁ ଲକ ଡାଉନ କରିସାରିଛନ୍ତି I music ଭିଡ଼ିଓ ଜଗତରେ କାମ କରୁଥିବାରୁ ମୋ ଦିନ ତମାମ ବାହାରେ କଟୁଛି ଏମିତିରେ ପର୍ବ ପର୍ବାଣିରେ ମୁ ବହୁତ କମ ସମୟ ଘରେ ରହେ ସେଥିରେ ପୁଣି ସାଙ୍ଗ ମାନଙ୍କ ସହ ସମୟ କଟିଯାଏ I ଲକ ଡାଉନ ପରେ ମୁ ଘରେ ରହି ପାରୁଛି ଏବଂ ନିଜ ବାପା ମା ଙ୍କୁ ସମୟ ଦେବା ସହିତ ବିଭିନ୍ନ ବିଷୟରେ ବସି ଆଲୋଚନା କରୁଛୁ I ପ୍ରତ୍ୟକ ଦିନ ସୁଟିଙ୍ଗ ଏଡ଼ିଟିଙ୍ଗ ପ୍ଲାନ ଆଦିରେ ଦିନ ଅତିବାହିତ ହେଉଥିଲା । ମ୍ୟୁଜିକ ଭିଡ଼ିଓ ପାଇଁ ପ୍ରଡକ୍ସନ ହାଉସ ସମୟକୁ ନେଇ କାମ କରିବାକୁ ପଡୁଥିଲା Iତେଣୁ ଦିନ ରାତି କିଛି ମଧ୍ୟ ସମୟ ପାଉନଥିଲି I ଅଧୀକାନ୍ସ ଦିନ ବାହାରକୁ ଯିବାକୁ ପଡୁଥିବାରୁ ମୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନଥିଲି I ତେଣୁ ଏବେ ଯେଉଁ ସମୟ ମୋତେ ମିଳିଛି ବୋଧେ ତାହା ମୋ ପାଇଁ ମୂଲ୍ୟବାନ ବୋଲି ଭାବୁଛି ସକାଳୁ ଉଠିବା ପରେ ମାଆ ଙ୍କ ହାତ ତିଆରି କଫି କିମ୍ବା ଚା ମେଳୁଛି ଏହି ଲକ ଡାଉନ ମଧ୍ୟରେ ଘରେ ରହି ଓଜନ କମାଇବା ପାଇଁ ବ୍ୟାୟାମ କରୁଛି ଲକ ଡାଉନ ପାଇଁ ମୋରୋ ୪ ଟି ମ୍ୟୁଜିକ ଭିଡ଼ିଓ କାମ ଅଧାରେ ରହିଛି I ଏବେ କେବଳ ମୁ ନୁହେଁ ପ୍ରତ୍ୟକ ଦେଶ ବସି ଅଂଟାଭିଡ଼ିଛନ୍ତି ଆଉ ଅଳ୍ପ ଦିନ ଆମ୍ଭେ ମାନେ ଘରେ ନିଜକୁ ସୁରକ୍ଷିତ ରଖିପାରିଲେ ଆଗମୀଦିନ ସୁଖମୟ ହେବ I