ସାହିତ୍ୟ ସଂସଦ ତରଫରୁ ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସାହିତ୍ୟ ଉତ୍ସବ ଅନୁଷ୍ଠିତ

113

ଶେରଗଡ଼ : ସାହିତ୍ୟ ସଂସଦ ତରଫରୁ ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ତାରିଣୀ ସଭାପତିତ୍ୱ କରିଥିଲେ l ଏବଂ ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଉପଦେଷ୍ଠା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଭାସ୍କର ରାଉତ, ଶ୍ରୀଯୁକ୍ତ ଭାଗିରଥି ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ l

ସଂସଦର ସମ୍ପାଦକ ତଥା ସଂଯୋଜକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ l ଏଥିରେ କବି ଅନିଲ ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଶୋକ କୁମାର ହୋତା, ନିରାକାର ବିଷୋୟୀ, ମାଧବ ସେଠି, ଯୁଗଳ ସାହୁ, ଅଲେଖ ବେହେରା, ଲଡ଼ୁ ନାଇକ, ପ୍ରଫୁଲ୍ଲ ପଣ୍ଡା, ଅଶୋକ କୁମାର ସାମନ୍ତରାୟ, ଅଶୋକ କୁମାର ସ୍ୱାଇଁ, ସଞ୍ଜୟ କୁମାର ପ୍ରଧାନ ଏବଂ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମ ବିଦ୍ୟାଳୟ, ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କବିତା, ଗଳ୍ପ ଓ ରଚନା ପାଠ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ନିରାକାର ବିଷୋୟୀ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଶେଷ କରିଥିଲେ l