
ଆସିକା ୩୧/୦୩ (ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ ଠାରେ ଗାଁ ପରିମଳ ବ୍ୟବସ୍ଥା ସୁଧାରିବା ନିମନ୍ତେ ସରପଞ୍ଚ ଶ୍ରୀ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱ କ୍ରମେ ଗ୍ରାମର ଯୁବକସଂଘ ଏବଂ ସ୍ବେଛାସେବୀ ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟ ହୋଇଅଛି। କରୋନା କବଳରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ଗ୍ରାମବାସୀମାନେ ସଚେତନ ପୂର୍ବକ ସଫେଇ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି। ବାରମ୍ବାର ସାବୁନୁରେ ହାତ ଧୋଇବା। ମୁହଁରେ ରୁମାଲ କିମ୍ବା ମାସ୍କ ପିନ୍ଧିବା ସହିତ ସରକାରଙ୍କ ଲକ୍ ଡାଉନକୁ ସମର୍ଥନ ଜଣାଇବା ନିମନ୍ତେ ସରପଞ୍ଚ ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରିଛନ୍ତି।
ରିପୋର୍ଟ ରତ୍ନାକର ଶିଅ






