Wednesday, November 11, 2026
Home ଆଞ୍ଚଳିକ କରୋନାକୁ ଜମା ଡରନା ……ସଚେତନ ହୁଅ ଭାଇନା…

କରୋନାକୁ ଜମା ଡରନା ……ସଚେତନ ହୁଅ ଭାଇନା…

115

କେତେ ଭୟାଭୟ ଯନ୍ତ୍ରଣାଦାୟକ
କେତେ ଗମ୍ଭୀର ସେ କରୋନା
ଯେତେଦିନ ଯାଏଁ ଅଂଗେ ନଲିଭିଛି
ସୁଣିବେନି ଠେସା ସିଆଣା….

ବୁଢ଼ା କହିଲା ବୁଢୀଲୋ ହାତତୁ ନିଇତି ଧୋଇବୁ
ସଂକ୍ରମକ ରୋଗ ବୁଲୁଛିଲୋ କାଳେ
ନହେଲେ ଯନ୍ତ୍ରଣା ଭୋଗିବୁ ଛଟପଟ ହୋଇ ମରିବୁ
ମୋତେବି ତୋସାଥେ ମାରିବୁ….

ସାହି ଭିତରେ ପଡିଲା ହୁରି ତାଲାବନ୍ଦ ଏବେ ହୋଇଛି
ଗାଁଠୁ ସହର ଦେଶରାଜ୍ୟ ସବୁ ଖାଁ ଖାଁ ଖାଲି ପଡ଼ିଛି
ସଚେତନ ପାଇଁ ଦିନରାତି ଏକ ପ୍ରଶାସନ ଏବେ କରିଛି
ବାରବାର ଲୋକେ ବାହାରନ୍ତି ଘରୁ ଥଟ୍ଟାମଜ୍ଜା ଭଳି ଲାଗୁଛି….

ଗାଁ ଦାଣ୍ଡସବୁ ଅସ୍ଥାୟୀ କବାଟେ ରାସ୍ତା ଅବରୋଧ ଚାଲିଛି
ଲୋକଙ୍କ ମନରେ କରୋନାର ଭୟ ନାଆଁକୁ ମାତର ରହିଛି
ବିଦେଶରେ ରୋଗ ବଢିଛି
ଆମପାଶେ ରୋଗ ନଈବଢିପରି
ଧୀରେଧୀରେ ମାଡି ଆଉଛି….

ମୁହଁରେ ରୁମାଲ ନାମକୁ ମାତର ଲୋକଦେଖାଣିଆ ଚାଲିଛି
କେତେ ଭୟାଭୟ ଆତଙ୍କ ଏରୋଗ
କରୋନା ନାମରେ ବ୍ୟାପୁଛି
କେତେ ସଚେତନ କଲେବି ଏ’ଜନ
ହାଲୁକାରେ ସବୁ ନେଉଛି
ଯେଦିନ ହୋଇବ ଭୃତଭୋଗୀ ସିଏ
ନେଡିଗୁଡ ଏବେ କହୁଣିରେ ଆସି ଲଗିଛି…..

 ରତ୍ନାକର ଶୀୟ