Wednesday, November 11, 2026
Home ଆଞ୍ଚଳିକ ପ୍ରାଥମିକ ସ୍କୁଲରୁ ୨ଟି ଗ୍ୟାସ ସିଲିଣ୍ଡର ଓ ଚୁଲ୍ଲା ଏବଂ ହାଇ ସ୍କୁଲରୁ ଗ୍ୟାସ ସିଲିଣ୍ଡର,...

ପ୍ରାଥମିକ ସ୍କୁଲରୁ ୨ଟି ଗ୍ୟାସ ସିଲିଣ୍ଡର ଓ ଚୁଲ୍ଲା ଏବଂ ହାଇ ସ୍କୁଲରୁ ଗ୍ୟାସ ସିଲିଣ୍ଡର, ୱାଟର କୁଲର ଓ ଆକ୍ବାଗାର୍ଡ ଚୋରି

55

ବୁଗୁଡା ୨୯/୦୩ (ଜିଲ୍ଲା ଖବର) : ବୁଗୁଡା ଥାନା ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶନିବାର ରାତିରେ ଦୁଇଟି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ଡବଲ ଚୁଲ୍ଲା ଚୋରି ହୋଇଥିବା ବେଳେ ବିରଞ୍ଚିପୁର ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ ଶନିବାର ରାତିରେ ଏକ ଗ୍ୟାସ ସିଲିଣ୍ଡର, ଏକ ୱାଟର କୁଲର ଓ ଏକ ଆକ୍ବାଗାର୍ଡ ଚୋରି ହୋଇଥିବା ନେଇ ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ ଦ୍ବୟ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଶନିବାର ରାତ୍ରରେ ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ କୌଣସି ଦୁର୍ବୃତ୍ତ ଗୋଟିଏ ପୂର୍ଣ୍ଣ ଥିବା ଏକ ଗ୍ୟାସ ସିଲିଣ୍ଡର ଓ ଅନ୍ୟଏକ କିଛି ବ୍ୟବହୃତ ଗ୍ୟାସ ସିଲିଣ୍ଡର ଏପରି ଦୁଇଟି ଗ୍ୟାସ ସିଲିଣ୍ଡର ଓ ଡବଲ ଚୁଲ୍ଲା ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ଅନୁପ କୁମାର ଖଡଙ୍ଗା ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ସେହିପରି ସେହି ଶନିବାର ରାତ୍ରିରେ ବିରଞ୍ଚିପୁର ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ଏକ ଗ୍ୟାସ ସିଲିଣ୍ଡର, ଏକ ୱାଟର କୁଳର ଓ ଏକ ଆକ୍ବାଗାର୍ଡ ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା ଲିଖିତ ଏହିଯୋଗ ବୁଗୁଡା ଥାନାରେ ଦେଇଥିବା ଜଣାପଡିଛି।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା