
ଆସିକା ୨୮/୦୩ (ଜିଲ୍ଲା ଖବର) : କରୋନା ସଚେତନତାକୁ ନେଇ ବଡଖୋଲି ଗ୍ରାମପଞ୍ଚାୟତର ସାନ୍ତରାପୁର ଗ୍ରାମରେ ସି ଡି ପି ଓ ଶ୍ରୀମତୀ ଭାରତୀ ମହାପାତ୍ରଙ୍କ ତତ୍ୱାବଧାନରେ ଗ୍ରାମ ସେବକ, ଯୋଗାଣ ସହାୟକ ସମେତ ୧ନଂ ଏବଂ ୨ଂ ଅଂଗନଞ୍ବାଡି କର୍ମୀ ଘରଘର ବୁଲି ମୁଖ୍ୟମନ୍ତ୍ରୀଙ୍କ “ମୋ ଜୀବନ କାର୍ଯ୍ୟକ୍ରମ”ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରୋନାକୁ ନେଇ ଶପଥପାଠ କାର୍ଯ୍ୟକ୍ରମକୁ ଆଗେଇ ନେବାସହ ବିଦେଶରୁ ଅଥବା ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଚିହ୍ନଟ କରି ୧୦୪ନଂ ସହ ଯୋଗାଯୋଗ କରି ପଞ୍ଜିକରଣ କରିବା ସହିତ ସେମାନଙ୍କ ଘର ସାମ୍ନାରେ ପୋଷ୍ଟର ଲଗାଇ ଘରୁ ବାହାରକୁ ନଯିବା ନିମନ୍ତେ ଜଣାଇଛନ୍ତି। ତାସହିତ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ ଡାଉନ ଉପରେ ଲୋକ ମାନଙ୍କୁ ବୁଝାଇ ସଚେତନତା ଜାରି ରହିଥିବା ଜଣାପଡ଼ିଛି।ଫଳରେ କରୋନା ଭଳି ଉଭୟଙ୍କ ଭାଇରସ କବଳରୁ ରକ୍ଷା ପାଇବା ସହିତ କରୋନା ସହିତ ଚାଲିଥିବା ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି , , ସାଧାରଣଙ୍କ ନିକଟରେ ସୂଚନା ପ୍ରଦାନ କରିଛନ୍ତି , ଘରକୁ ଘର ଯାଇ ଅଙ୍ଗନବାଡ଼ି କର୍ମୀମାନେ ଛତୁଆ ବଣ୍ଟନ କରାଯାଇଛି , ଅଂଗନଞ୍ବାଡି କର୍ମୀ, ଆଶାକର୍ମୀ ଏବଂ ପଞ୍ଚାୟତ ନୋଡାଲ ଅଫିସର , ଗ୍ରାମର ଯୁବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ ରତ୍ନାକର ଶିଅ


