Wednesday, November 11, 2026
Home ଆଞ୍ଚଳିକ ଜନସଚେତନ କରିଲେ ଅଙ୍ଗନବାଡି କର୍ମୀ

ଜନସଚେତନ କରିଲେ ଅଙ୍ଗନବାଡି କର୍ମୀ

50

ହିଞ୍ଜିଳିକାଟୁ ୨୭/୦୩(ଜିଲ୍ଲା ଖବର) : କରୋନା ଭୂତାଣୁ ସାରା ବିଶ୍ୱରେ ମହାମାରୀ ରୂପ ନେବା ସହ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଲକ ଡାଉନ ଘୋଷଣା କରିଥିବା ବେଳେ ଗଂଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସମରଝୋଳ ଗ୍ରାମର ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ଙ୍କ ସହ ଗ୍ରାମର କେତେକ ସୁପରିଚିତ ଲୋକ ଯୋଗ ଦେଇ ରିକ୍ସା ରେ ସାଉଣ୍ଡ ବକ୍ସ ରଖି ମୁଖ୍ୟ ବକ୍ତା ଭାବେ ଗ୍ରାମର କାଶୀନାଥ ସେଠୀ କରୋନା ଭୁତାଣୁ ଠାରୁ କିପରି ରକ୍ଷା ପାଇବେ ସେ ବିଷୟରେ ପ୍ରସାର କରି ଗ୍ରାମ ବାସୀ ଙ୍କୁ ବୁଝାଇଥିଲେ I ସାଧାରଣତଃ ଗ୍ରୋସରୀ ଦୋକାନ ଏବଂ ବ୍ୟାଙ୍କ ଗୁଡ଼ାକରେ ସାଧାରଣ ଦୂରତା ରକ୍ଷାକରିବା ପାଇଁ ଲୋକ ମାନଙ୍କୁ ବୁଝାଇବା ସହ ବ୍ୟାଙ୍କ ମ୍ୟାନେଜେର ଏବଂ ଦୋକାନ ମାଲିକମାନଙ୍କୁ ବୁଝାଇଥିଲେ I ଏହାଦ୍ୱାରା ଲୋକ ମାନେ ସଚେତନ ହେବ ବୋଲି ସେ ମତାମତ ରଖିଥିଲେ I
ରିପୋର୍ଟ ପ୍ରଶାନ୍ତ ରଣା