
ହିଞ୍ଜିଳିକାଟୁ ୨୭/୦୩ (ଜିଲ୍ଲା ଖବର) : ଭାରତ ସରକାର କରୋନା ରୋଗରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ୍ ଘୋଷଣା କରିବା ପରେ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଲକ୍ ଡାଉନ୍ ଦୃଶ୍ୟ।ଗ୍ରାମର ସମସ୍ତ ମୁଖ୍ୟ ରାସ୍ତାକୁ ବ୍ୟାରିଗେଟ୍ ମାଧ୍ୟମରେ ବନ୍ଦ କରିଦିଆ ଯାଇଛି।ଏହା ଫଳରେ କେବଳ ପ୍ରଶାସନ ଏବଂ ଗ୍ରାମର ସେବା ଯୋଗାଉଥିବା ସେବକ ମାନଙ୍କ ବ୍ୟତୀତ ଅନ୍ୟ କୌଣସି ଗ୍ରାମର ବ୍ୟକ୍ତବିଶେଷଙ୍କୁ ଗାଁ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି।ଏହିଭଳି ପଦେକ୍ଷପ କୁ ସବୁ ମହଲରୁ ପ୍ରଶଂସା ମିଳିଛି।


