Home ଆଞ୍ଚଳିକ ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ପ୍ରଦାନ କଲେ

ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ପ୍ରଦାନ କଲେ

19

ବୈପାରିଗୁଡା ୨୭/୦୩ (ଜିଲ୍ଲା ଖବର) : କରୋନା ଭୁତାଣୁ ଆତଙ୍କକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୈପାରିଗୁଡା ଗ୍ରାମ ପ୍ରାୟ ତହ କେନ୍ଦୁପଡ଼ା, ବାତ୍ରିଗୁଡ଼ା, ଦୌଡାଗୁଡ଼ା, ପଡ଼େଇଗୁଡ଼ା,ଖିଲଗୁଡ଼ା ଗ୍ରାମର ପ୍ରାୟ ୨ଶହ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୪ମାସର ଭତ୍ତା ଆଗୁଆ ପ୍ରଦାନ କରାଯାଇଛି ।ଭତ୍ତା ବଣ୍ଟନ ସମୟରେ ସରପଞ୍ଚ ଭାଗୀରଥି ମୁର୍ଜିଆ,ପିଇଓ ଶିବ ପ୍ରସାଦ ବେହେରା, ଯୋଗାଣ ସହାୟକ ମଧୁସୂଦନ ରାଉତ, ସମିତି ସଭ୍ୟ ବଳରାମ ମଣ୍ଡଳନାୟକ,ଶିକ୍ଷକ ବିରେନ କୁମାର ଧଳ, ସଞ୍ଜୟ କୁମାର ପ୍ରଧାନ, ଏନ. କ୍ରୀଷ୍ଣା କୁମାର ପ୍ରମୁଖ ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।