Wednesday, November 11, 2026
Home ଆଞ୍ଚଳିକ ଦାଣ୍ଡ ନାଚ କରିବା କୁ ଯାଇ ୫ ଦଣ୍ଡୁଆ ଗିରଫ

ଦାଣ୍ଡ ନାଚ କରିବା କୁ ଯାଇ ୫ ଦଣ୍ଡୁଆ ଗିରଫ

259

ହିଞ୍ଜିଳିକାଟୁ ୨୭/୦୩ (ଜିଲ୍ଲା ଖବର) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସଚେତତା ଓ ପରେ ଲକ୍ ଡାଉନ୍ କରିବା ପରେ ମଧ୍ୟ କିଛି ଅମାନିଆ କୁ ସବାଡ଼ କରୁଛି ହିଞ୍ଜିଳି ପୁଲିସ୍। ଚଳିତ ବର୍ଷ ଗଞ୍ଜମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ହିଞ୍ଜିଳିକାଟୁ ଥାନା ଆଲପୁର ଗ୍ରାମରେ ଶୁକ୍ରବାର ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଦଣ୍ଡନାଚ ଆୟୋଜନ କରି ଗ୍ରାମ ପରିଭ୍ରମଣ ଚାଲିଥିବା ଖବର ପାଇବା ପରେ ତହସିଲଦାର ତଥା କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଗୋପୀନାଥ କୁଅଁର ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।ଏନେଇ ଥାନାରେ ତହସିଲଦାରଙ୍କ ଅଭିଯୋଗ କ୍ରମେ ନଂ-୧୦୩/୨୦ରେ ମାମଲା ରୁଜୁ କରିବା ସାଙ୍ଗେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ୍ ଆଲପୁର ଗ୍ରାମରେ ପହଞ୍ଚି ୫ଜଣ ଦଣ୍ଡୁଆଙ୍କୁ ନା ରେ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
ରିପୋର୍ଟ ରଜନୀ ପାତ୍ର